ଏଠି ପିଅନ୍ତି ସାପ ରକ୍ତ
ଏଠି ପିଅନ୍ତି ସାପ ରକ୍ତ
ସାପ ନା ଶୁଣିଲେ ମନରେ ଏକ ଅଦୃଶ୍ୟ ଭୟ ସୃଷ୍ଟି ହୋଇଥାଏ । ପୂବେ ରାତି ହେଲେ ସାପ କହିଦେଲେ ଆସ୍ତିକ-ଆସ୍ତିକ କହିବାକୁ ଗୁରୁଜନ ମାନେ କୁହନ୍ତି । ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ । ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏଭଳି ଏକ ଜାଗା ଅଛି ଯେଉଁଠି ଭୟଙ୍କର ନାଗ ସାପର ରକ୍ତ ପିଆଯାଏ ।
ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା ରହିଛି । ଏହା ପଛରେ କାରଣ ମଧ୍ୟ ରହିଛି । ଏହି ରକ୍ତ ପିଇବା ଦ୍ୱାରା ପୁଅମାନେ ବଳବାନ ହୋଇଥାନ୍ତି । କେବଳ ପୁଅ ନୁହେଁ ଝିଅମାନେ ମଧ୍ୟ ଏହାକୁ ପାନ କରନ୍ତି । ଏହାକୁ ପାନ କରିବା ଦ୍ୱାରା ଝିଅ ମାନଙ୍କର ତ୍ୱଚା ସୁନ୍ଦର ହୋଇଥାଏ । ତେବେ ଏହା ପଛର ସତ୍ୟତା ହୁଏତ କାହାରିକୁ ଜଣାନାହିଁ କିନ୍ତୁ ଏହା ସେହି ସ୍ଥାନର ଓ ସେଠାକାର ଜନସାଧାରଣଙ୍କ ମନରେ ଥିବା ବିଶ୍ୱାସ । ତେଣୁ ଏଠାରେ ଏହି ରକ୍ତ ବିକ୍ରି ହୋଇଥାଏ । ସାଧାରଣ ହାଟ ଓ ଦୋକାନରେ ଏହା ନିତିଦିନଆ ମିଳିଥାଏ । ଲୋକେ ଏହାକୁ ସକାଳେ ଓ ସନ୍ଧ୍ୟାରେ ବୁଲାବୁଲି କରିବା ସମୟରେ ଚା’, କଫି ପରି ପିଇଥାନ୍ତି । ଏହାର ଚାହିଦା ଓ ଲୋକଙ୍କ ଆଗ୍ରହକୁ ନଜରରେ ରଖି ଏଠାରେ ଦିନକୁ ଦିନ ବ୍ୟବସାୟ ମଧ୍ୟ ବଢ଼ୁଛି । ଏଠାକାର ଦୋକାନୀମାନେ ଦିନକୁ ହଜାର ହଜାର ସଂଖ୍ୟାରେ ସାପର ରକ୍ତ ସଂଗ୍ରହ କରନ୍ତି । ଏହି ଦୋକାନଗୁଡିକ ସନ୍ଧ୍ୟା ୫ଟାରେ ଖୋଲୁଥିବା ବେଳେ ରାତି ୧ଟାରେ ବନ୍ଦ ହୋଇଥାଏ ।
ଏହି ରକ୍ତ ପିଇବାର ୩/୪ ଘଣ୍ଟା ପର୍ଯ୍ୟନ୍ତ ଚା’ କିମ୍ବା କଫି ନ ପିଇବାକୁ ପରାମର୍ଶ ଦିଆଯାଇଥାଏ । ଫଳରେ ଏହି ରକ୍ତ ଶରୀରରେ ଠିକ୍ ଭାବେ କାମ କରିଥାଏ ।




admin 