ଏଠାରେ ରହିଛି ନର୍କର ଦ୍ୱାର
ଏଠାରେ ରହିଛି ନର୍କର ଦ୍ୱାର
ଆମେରିକାର କାଲିଫର୍ଣ୍ଣିଆଗ୍ନ୍ରିଗତ ନାପା ଭ୍ୟାଲିରେ ଥିବା ବେରିସା ହ୍ରଦରେ ଏଭଳି ସ୍ଥାନ ରହିଛି । କଲିଫର୍ଣ୍ଣିଆର ପାହାଡିଆ ଅଞ୍ଚଳରେ ଥିବା ଏହି ହ୍ରଦ ବିଶ୍ୱର ମାନବନିର୍ମିତ ସପ୍ତମ ବୃହତ୍ତମ ହ୍ରଦ । ଏଥିରେ ୫.୨ କୋଟି ଗ୍ୟାଲନ ପାଣି ରହିପାରେ । ୧୯୫୩ ରୁ ୧୯୫୭ ମସିହା ମଧ୍ୟରୈ÷ ନିର୍ମିତ ଏହି ହ୍ରଦ ଗର୍ଭରେ ୭୨ ଫୁଟ ଚଉଡାରେ ଏକ ସୁଡକଙ୍ଗ ବା ଗର୍ତ୍ତ କରାଯାଇଛି ଯେଉଥିରେ ହ୍ରଦର ଅତିରିକ୍ତ ପାଣି ବାହାରେ କରିଦିଆଯାଏ । ଦୁଇ ବର୍ଷପରେ ଗତ ଏପ୍ରଲ ମାସରେ ହେି ଗର୍ତ୍ତ ଖୋଲା ଯାଇଥିଲା । ଏଠାରେ ପାଣି ଭଉଁରି ହୋଇ ଏତେ କ୍ଷିପ୍ର ବେଗରେ ଖସେ ଯେ ଦେଖଣାହାରୀଙ୍କ ମୁଣ୍ଡ ବୁଲାଇ ଦିଏ ।
ହ୍ରଦର ଜଳସ୍ତର ୪.୭ ମିନିଟ ପାର ହୋଇଗଲେ ଗର୍ତ୍ତର ଦ୍ୱାର ଖୋଲିଦିଆଯାଏ । ଫଳରେ ସେକେଣ୍ଡକୁ ୧୩୬୦ କୁ୍ୟବିକ ମିଟର ପାଣି ବାହାରି ଅନ୍ୟତ୍ର ପ୍ରବାହିତ ହୋଇଥା୍ଏ । ଏହି ଗର୍ତ୍ତକୁ ଗ୍ଳୋରୀ ହୋଲ ଭାବରେ ନାମିତ କରାଯାଇଥିବା ବେଳେ ଏହାର ଭୟଙ୍କର ଦୃଶ୍ୟ ଯୋଗୁ ଲୋକମୁଖରେ ହୋକୁ ନର୍କର ଦ୍ୱାର ବୋଲି କୁହାଯାଏ । ୧୯୯୭ ମସିହାରେ ଏହି ଦୃଶ୍ୟ ଦେଖିବା ଲାଗି ଜଣେ ମହିଳା ଏହପି ଗର୍ତ୍ତ ପାଖକୁ ଚାଲିଯିବାରୁ ଦୁଗ୍ଘଟଣାର ଶିକାର ହୋଇ ଗର୍ତ୍ତ ଭିତରକୁ ଖସିପଡିଥିଲେ । ସେବେଠାରୁ ଏହା ନିକଟକୁ ଯିବା ବାରଣ କରାଯାଇଛି ।




admin 