ଏକ ମିନିଟ ବି ଚାଲିପାରିଲାନି

ଏକ ମିନିଟ ବି ଚାଲିପାରିଲାନି

ଏକ ମିନିଟ ବି ଚାଲିପାରିଲାନି

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ଯାହା ଆଶା କରାଯାଉଥିଲା ସେହା ହିଁ ହେଲା ।  ଦ୍ୱିତୀୟ ଦିନରେ ବିରୋଧୀ ଗୃହରେ ହଙ୍ଗାମା କରିବେ ବୋଲି ପୂର୍ବାନୁମାନ କରାଯାଉଥିଲାବେଳେ ସତରେ ସେଇଆ ହିଁ ହୋଇଛି । ପ୍ରଥମାର୍ଧ ଅଧିବେଶନ ଏକ ମିନିଟ ବି ଚାଲିପାରିଲାନି ।

ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳର ସଦସ୍ୟମାନେ ତାତିଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ବିରୋଧୀ ବିଜେପି ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଛନ୍ତି । ବିଭିନ୍ନ ପୋଷ୍ଟର ଓ ବ୍ୟାନର ଦେଖାଇ ବିଜେପି ବିଧାୟକମାନେ ନାରାବାଜି କରିଥିଲେ ।

କଂଗ୍ରେସ ବିଧାୟକମାନେ ମଧ୍ୟ ସମାନ ପ୍ରସଙ୍ଗରେ ନାରାବାଜି କରିଥିଲେ । ଯାହା ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ  ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । 

ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ବିରୋଧୀଙ୍କୁ କାଉଣ୍ଟର କରାଯାଇଛି । ଗ୍ୟାସ ଦର ବୃଦ୍ଧି  ପ୍ରତିବାଦରେ ବିଜେଡି ବିଧାୟକମାନେ ବିଧାନସଭା ପରିସରସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।