ଏଇତ ଜୀବନ
ଏଇତ ଜୀବନ
ଏଇତ ଜୀବନ
କେବେ ଅନ୍ଧକାର
କେବେ ଆଲୋକିତ
କେବେ ମଳୟ ପବନ....
ଏଇତ ଜୀବନ
କେବେ ଲୁହଭରା
କେବେ ହସଭରା
କେବେ ଆସଇ ସପନ...
ଏଇତ ଜୀବନ
କେବେ ତ ପୂର୍ଣ୍ଣିମା
କେବେ ଅମାବାସ୍ୟା
କେବେ ହୁଏ ପୁଣି ଚନ୍ଦ୍ର ଗ୍ରହଣ...
ଏଇତ ଜୀବନ
କେବେ ଆସେ ଶୀତ
କେବେ ଆସେ ବୈଶାଖ
କେବେ ଆସଇ ଶ୍ରାବଣ...
ଏଇତ ଜୀବନ
ରାତି ପରେ ଦିନ
ଦିନ ପରେ ରାତି
ଏଇତ ସୃଷ୍ଟିର ଲିଖନ...
ଏଇତ ଜୀବନ
ଦୁଃଖ ପରେ ସୁଖ
ସୁଖ ପରେ ଦୁଃଖ
ଏହାର ମାନେ ତ ଜୀବନ....
ଏଇତ ଜୀବନ
କବି-ରୋଜାଲିନ ସ୍ୱାଇଁ