ଉଭୟ ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି : ତାରା

ଉଭୟ ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି : ତାରା

ଉଭୟ ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି : ତାରା
ଭୁବନେଶ୍ୱର : ଉଭୟ ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି । ବିଧାନସଭା ନଚାଲୁ ବୋଲି ଉଭୟ ବିଜେପି ଓ ବିଜେଡି ମିଳିତ ପ୍ରୟାସ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ବିଧାନସଭା ମୁଲତବୀ ପ୍ରସଙ୍ଗରେ ତାରାପ୍ରସାଦ ବାହିନୀପତି ଏହା କହିଛନ୍ତି । ସେ କହିଛନ୍ତି ଯେ, ଚାଷୀଙ୍କ ଧାନ ନଉଠୁ ବୋଲି ଉଭୟ ବିଜେପି ଓ ବିଜେଡି ଚାହୁଁଛନ୍ତି । କେବଳ ଡ୍ରାମା କରୁଛନ୍ତି । ଚାଷୀ ଆତ୍ମହତ୍ୟା ଓ ବିଧାୟକ ଆତ୍ମହତ୍ୟା ଉଦ୍ୟମ କଲେଣି, ନବୀନ ହସୁଛନ୍ତି । ଲୋକଙ୍କ ସହ ସରକାର ବେଇମାନି କରୁଛନ୍ତି । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ନଉଠିଛି କଂଗ୍ରେସ ଆନେ୍ଦାଳନ କରିବ ବୋଲି ତାରା କହିଛନ୍ତି । ଏଥିସହ ସର୍ବଦଳୀୟ ବୈଠକ ଡାକିବା ପାଇଁ ତାରା ଅନୁରୋଧ କରିଛନ୍ତି । ପ୍ରକାଶ ଯେ, ବିଧାନସଭାରେ ହୋହାଲ୍ଲା ଥୟ ହେବାର ନାମ ନେଉନାହିଁ । ସୋମବାର ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ହୋଇଛି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । ମଣ୍ଡି ଅବ୍ୟବସ୍ଥା ନେଇ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ସେହିପରି ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳର ସଦସ୍ୟ ହଟ୍ଟଗୋଳ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।