ଉକୁଣୀ ପାନିଆର ବିରଳ କାହାଣୀ
ଉକୁଣୀ ପାନିଆର ବିରଳ କାହାଣୀ
ଇସ୍ରାଏଲସ୍ଥିତ ଲେଚାଇଶରେ ଗବେଷକଦଳ ବିଭିନ୍ନ ପ୍ରାଚୀନ ଜିନିଷ ଭିତରେ ଗୋଟିଏ ଉକୁଣି ପାନିଆକୁ ଖୋଜି ପାଇଛନ୍ତି। ୨୦୧୭ରେ ସେମାନଙ୍କ ଏହି ପାନିଆଟି ଆସିଥିଲା । ହାତୀ ଦାନ୍ତର କୁଟି ପାନିଆଟି ଉପରେ କୌଣସି ଏକ ଭାଷାରେ କିଛି ଲେଖାଯାଇଥିବା ଗବେଶକ ଦେଖିଲେ । ଅନୁଧ୍ୟାନ କରାଯିବା ପରେ ଏକ ପ୍ରାଚୀନ କେନାନାଇଟ ଅକ୍ଷର ବୋଲି ଜଣାପଡ଼ିଲା ।
୩୮୦୦ବର୍ଷ ପୁରୁଣା ଏହି ପାନିଆ ଉପରେ ଲେଖାଯାଇଛି ‘ଆପଣଙ୍କ କେଶ ଓ ଦାଢ଼ିରେ ଉକୁଣି ବାହାର କରିବାରେ ପାନିଆଟି ନିଶ୍ଚୟ କାମରେ ଆସିବ’ । ପାନିଆର ଲମ୍ବ ୨.୫ ସେଣ୍ଟିମିଟର ଓ ପ୍ରସ୍ଥ ୩.୫ ସେଣ୍ଟିମିଟର । ଗବେଷକ ମୁଖ୍ୟ କହିଛନ୍ତି ଉକୁଣିର ଉପଦ୍ରବ ଏତେ ବର୍ଷ ତଳେ ମଧ୍ୟ ଥିଲା । ଫରକ୍ ଏତିକି ଯେ, ଆଜିକାଲି ପ୍ଲାଷ୍ଟିକ,ଶିଙ୍ଗରେ ଉକୁଣି ପାନିଆ ମିଳୁଛି କିନ୍ତୁ ସେସମୟରେ ହାତୀ ଦାନ୍ତ ପାନିଆରେ ଲୋକେ କେଶ କୁଣ୍ଡାଉଥିଲେ ।




admin 