ଆସୁଛନ୍ତି ହକି ଟିମ, ଏମିତି ହୋଇଛି ପ୍ରସ୍ତୁତି

ଆସୁଛନ୍ତି ହକି ଟିମ, ଏମିତି ହୋଇଛି ପ୍ରସ୍ତୁତି

ଆସୁଛନ୍ତି ହକି ଟିମ, ଏମିତି ହୋଇଛି ପ୍ରସ୍ତୁତି

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଓଡ଼ିଶା ଆସୁଛନ୍ତି  । ସେମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି  । ବିମାନବନ୍ଦର ଅଂଚଳରେ ବି ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି  ।

ଦୁଇ ଦଳର ଖେଳାଳି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ଭିତରେ ଦଳୀୟ ହୋଟେଲକୁ ନିଆଯିବ । ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଖେଳାଳିମାନଙ୍କୁ ପାଛୋଟି ନେବେ । ପାରମ୍ପରିକ ସ୍ୱାଗତ ସମ୍ବର୍ଦ୍ଧନା ପରେ ଖେଳାଳିମାନଙ୍କୁ ବିଶାଳ ପଟୁଆରରେ ହୋଟେଲକୁ ନିଆଯିବ । ଏଥିଲାଗି ରାଜ୍ୟର ବିଭିନ୍ନ ସ୍ଥାନରୁ କଳାକାରମାନେ ଆସିଥିବା ଜଣାପଡ଼ିଛି । ଖେଳାଳିମାନେ ଯେଭଳି ଏହି ସ୍ୱାଗତ ସମ୍ବର୍ଦ୍ଧନାକୁ ସବୁ ଦିନ ପାଇଁ ମନେରଖିବେ ସେ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି  ।

ହୋଟେଲରେ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଟାରେ ଗଣମାଧ୍ୟମ ସହ ଚର୍ଚ୍ଚା କରିବେ ଖେଳାଳୀ  । ଏହା ପରେ କଳିଙ୍ଗ ଷ୍ଟାଡିୟମ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ସେସନରେ ଯୋଗଦେବେ । ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ । ଭାରତୀୟ ହକି ଦଳ ପାଇଁ ଓଡ଼ିଶା ଦ୍ୱିତୀୟ ଘର ବୋଲି କୁହାଯାଉଥିଲା ବେଳେ ରାଜ୍ୟ ସରକାର ଜାତୀୟ ଦଳର ପ୍ରାୟୋଜକ ଅଛନ୍ତି ।