ଆସାମର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା

ଆସାମର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା

ଆସାମର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା
ନୂଆଦଲ୍ଲୀ: ଆସାମ ରାଜ୍ୟର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ୱଶର୍ମା । ଆଜି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ୱଶର୍ମାଙ୍କ ନାମ ଘୋଷଣା କଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ହିମନ୍ତ ବିଧାୟକ ଦଳ ନେତା ହୋଇଥିବାରୁ ସେ ଆସାମ ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଶ୍ଚିତ ହୋଇଛି । ହିମନ୍ତଙ୍କ ସପକ୍ଷରେ ବିଜେପିର ୪୦ ବିଧାୟକଙ୍କ ସମର୍ଥନ ଥିଲା । ଗତକାଲି ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱକର୍ମାଙ୍କୁ ଦିଲ୍ଲୀ ଡକାଯାଇଥିଲା । ଦିଲ୍ଲୀ ବିଜେପି ମୁଖ୍ୟକାର୍ଯ୍ୟାରେ ଅମିତ ଶାହାଙ୍କ ନେତୃତ୍ୱରେ ଆସାମ ମୁଖ୍ୟମନ୍ତ୍ରୀ ପାଇଁ ବୈଠକ ବସିଥିଲା, ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ । ୧୧୬ ଆସନ ବିଶିଷ୍ଟ ଆସାମ ବିଧାନସଭାର ୬୦ ଆସନ ବିଜେପି ଜିତିଛି ।