ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୮ ବର୍ଷରୁ ଊଦ୍ଧ୍ୱର୍ ସବୁ ନାଗରିକଙ୍କୁ ଟିକାକରଣ

ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୮ ବର୍ଷରୁ ଊଦ୍ଧ୍ୱର୍ ସବୁ ନାଗରିକଙ୍କୁ ଟିକାକରଣ

ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୮ ବର୍ଷରୁ ଊଦ୍ଧ୍ୱର୍ ସବୁ ନାଗରିକଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୮ ବର୍ଷରୁ ଊଦ୍ଧ୍ୱର୍ ଦେଶରେ ସବୁ ନାଗରିକଙ୍କୁ ଟିକାକରଣ କରାଯିବ । କେନ୍ଦ୍ର ସରକାର ଶନିବାର ସନ୍ଧ୍ୟାରେ ସୁପି୍ରମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଏହା ଜଣାଇଛନ୍ତି । ସରକାର କହିଛନ୍ତି ଯେ ଜୁଲାଇ ୩୧ ତାରିଖ ସୁଦ୍ଧା ୫୧.୬ କୋଟି ଡୋଜ ଟିକାକରଣ କରାଯିବ । ମାଗଣା ଟିକକରଣ ଅଭିଯାନକୁ ପୂରା କରିବା ଲାଗି ଆହୁରି ୧୩୫ କୋଟି ଡୋଜ ଟିକାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଦେଶରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ପ୍ରାୟ ୯୩-୯୪ କୋଟି ଲୋକ ଅଛନ୍ତି । ସେମାନଙ୍କୁ ଦୁଇଟି ଡୋଜ ଟିକା ଦେବାକୁ ହେଲେ ମୋଟ ୧୮୬-୧୮୮ କୋଟି ଡୋଜ ଟିକା ଦରକାର । ଜୁଲାଇ ୩୧ ତାରିଖ ସୁଦ୍ଧା ଯେହେତୁ ୫୧.୬ କୋଟି ଡୋଜ ଟିକା ଦିଆସରିଥିବ, ସେଥିପାଇ: ଆଉ ୧୩୫ କୋଟି ଡୋଜ ଟିକା ଦରକାର ପଡିବ । ସରକାର ଏହି ଟିକା ପାଇବା ଲାଗି ଆବଶ୍ୟକ ପଦକ୍ଷେପ ନେଇଛନ୍ତି । ୫୧.୬ କୋଟି ଡୋଜ ଟିକା ପାଇଁ ସରକାରଙ୍କୁ ୫୮୦୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସରକାର ଏହି ଟିକା ପାଇବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ।