ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ
ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ବୋର୍ଡ ରେଜଲ୍ଟ। ଗୁରୁବାର ଦିନ ସାଢେ ୧୨ଟାରେ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବ । www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ।
ଏପ୍ରିଲ ୨୬ ତାରିଖରେ ଆରମ୍ଭ ହୋଇଥିବା ସିବିଏସଇ ପରୀକ୍ଷା ଜୁନ୍ ୧୫ରେ ଶେଷ ହୋଇଥିଲା । ସମଗ୍ର ଦେଶରୁ ପ୍ରାୟ ୩୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ଓଡ଼ିଶାରୁ ଦଶମ ଶ୍ରେଣୀରେ ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏବଂ ଦ୍ୱାଦଶରେ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।




admin 