ଆସନ୍ତାକାଲି ଆସିବ ପଦ୍ମପୁର ଉପ-ନିର୍ବାଚନ ଫଳ

ଆସନ୍ତାକାଲି ଆସିବ ପଦ୍ମପୁର ଉପ-ନିର୍ବାଚନ ଫଳ

ଆସନ୍ତାକାଲି ଆସିବ ପଦ୍ମପୁର  ଉପ-ନିର୍ବାଚନ ଫଳ

ଭୁବନେଶ୍ୱର: ଆସନ୍ତାକାଲି ଆସିବ ପଦ୍ମପୁର ଫଳ । ଇଭିଏମ୍ ଖୋଲିଲେ ଜଣାପଡ଼ିବ ପଦ୍ମପୁରରେ କାହାକୁ ନେତା ବାଛିଲେ ଜନତା । ଫଳାଫଳ ଆସିବା ପୂର୍ବରୁ କିନ୍ତୁ ଏପଟେ ନିଜ ନିଜ ହିସାବରେ ଅଙ୍କକଷି ବିଜୟର ଦମ୍ଭ ଦେଖାଇଛନ୍ତି ଶାସକ ବିଜେଡି ଓ ବିରୋଧୀ ବିଜେପି । ଏହି ବୟାନବାଜି ଭିତରେ କିନ୍ତୁ, ପଦ୍ମପୁର ଉପ-ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି ।

୨୦୧୯ ନିର୍ବାଚନରେ ପଦ୍ମପୁରରେ ୭୯ ଦଶମିକ ୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଏଥର ୮୧ ଦଶମିକ ୨୯ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନୀ ଗଣିତର ହିସାବ କହୁଛି ଭୋଟ ପ୍ରତିଶତ ବଢ଼ିଲେ, ସାଧାଣତଃ ଶାସକ ଦଳର ବିପକ୍ଷରେ ଯାଏ । ହେଲେ ବିଜେଡି ଏହି ଯୁକ୍ତିକୁ ଖଣ୍ଡନ କରିଛି । ଏସବୁ ଭିତରେ କିନ୍ତୁ ଖାରବେଳ ସ୍ୱାଇଁ ବୟାନ ଏକ ରୋଚକ ରାଜନୀତି ସୃଷ୍ଟି କରିଛି । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କହିଛନ୍ତି, ପଦ୍ମପୁର ଉପ-ନିର୍ବାଚନରେ ବିଜେଡି ଜିତିବ । ଉଭୟ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ କିନ୍ତୁ ଅଳ୍ପ ବ୍ୟବଧାନରେ ବିଜେଡି ଜିତିବ ବୋଲି କହିଛନ୍ତି ଖାରବେଳ । ଅର୍ଥବଳ ଓ ସରକାରୀ କଳ ବଳରେ ବିଜେଡି ଏହି ନିର୍ବାଚନରେ ଅଧିକ ମାତ୍ରାରେ ପ୍ରଭାବ ପକାଇଛି ।