ଆଳୁ ପିଆଜ ଠାରୁ ଶସ୍ତାରେ ମିଳୁଛି କାଜୁ, ଜାଣନ୍ତୁ କେଉଁଠି

ଆଳୁ ପିଆଜ ଠାରୁ ଶସ୍ତାରେ ମିଳୁଛି କାଜୁ, ଜାଣନ୍ତୁ କେଉଁଠି

ଆଳୁ ପିଆଜ ଠାରୁ ଶସ୍ତାରେ ମିଳୁଛି କାଜୁ, ଜାଣନ୍ତୁ କେଉଁଠି
ଝାରଖଣ୍ଡ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକୁ ଖାଇବା ସାଧାରଣ ଲୋକଙ୍କ ପକ୍ଷରେ ଟିକେ କଷ୍ଟକର ହୋଇଥାଏ । କାଜୁର ଦାମ ସବୁବେଳେ ଉଚ୍ଚ ରହିଥାଏ । କାଜୁର ଦାମ କିଲୋ ପିଛା ୮୦୦ ରୁ ୧୦୦୦ ଟଙ୍କା ରହିଥାଏ । କିନ୍ତୁ ଭାରତରେ ଏପରି ଏକ ଜାଗା ଅଛି ଯେଉଁଠାରେ ଆଳୁ-ପିଆଜର ଦାମଠାରୁ ମଧ୍ୟ କମ୍‌ ଦାମରେ କାଜୁ ମିଳିଥାଏ । ଝାରଖଣ୍ଡର ଜାମାତାଡା ଜିଲ୍ଲାରେ କାଜୁ କିଲୋ ପ୍ରତି ୧୦ରୁ ୨୦ ଟଙ୍କାର ବିକ୍ରି ହୋଇଥାଏ । ଜାମାତାଡାର ନାଲା ନିକଟରେ ପ୍ରାୟ ୪୯ ଏକର କାଜୁ ବଗିଚା ରହିଛି । ଏହି ବଗିଚାଟି ବ୍ଲକ ମୁଖ୍ୟାଳୟଠାରୁ ଚାରି କିମି ଦୂରରେ ରହିଛି । ଏହି ବଗିଚାର ପ୍ରତିବର୍ଷ ହଜାର ହଜାର କୁଇଣ୍ଟାଲର କାଜୁ ଫଳିଥାଏ । କିନ୍ତୁ ଏହି ବଗିଚାର ରକ୍ଷଣାବେକ୍ଷଣ ତଥା ଦେଖରେଖ ଅଭାବରୁ ଏହା ସ୍ଥାନୀୟ ଲୋକେ ଏହି କାଜୁକୁ ଶାଗମାଛ ମୂଲରେ ବିକ୍ରି କରିଦେଇଥା’ନ୍ତି । ଏଠାକାର ସ୍ଥାନୀୟ ଲୋକେ ଓ ମହିଳା ଏହାକୁ ଆଳୁ ପିଆଜଠାରୁ ଶସ୍ତା ଦାମ୍‌ରେ ବିକ୍ରି କରିଦେଇଥା’ନ୍ତି । ତେବେ ବିଧାନସଭାରେ କାଜୁ ବଗିଚା ପ୍ରସଙ୍ଗକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, କିନ୍ତୁ ଏପର୍ୟ୍ୟନ୍ତ ଏହି କାଜୁ ବଗିଚାର ରକ୍ଷଣାବେକ୍ଷଣ ତଥା ଦେଖରେଖ ପାଇଁ କୌଣସି ପ୍ରଯତ୍ନ ହୋଇନାହିଁ।