ଆଲିଆ-ରଣବୀରଙ୍କ ବାହାଘର, ଜଗିବେ ୨୦୦ ବାଉନ୍ସର

ଆଲିଆ-ରଣବୀରଙ୍କ ବାହାଘର, ଜଗିବେ ୨୦୦ ବାଉନ୍ସର

ଆଲିଆ-ରଣବୀରଙ୍କ ବାହାଘର, ଜଗିବେ ୨୦୦ ବାଉନ୍ସର

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟଙ୍କ ବିବାହ ପା‌ଖେଇ ଆସୁଛି। ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି। ଖୁବ୍ଶୀଘ୍ର ବର ସାଜିବେ ଅଭିନେତା ରଣବୀର କପୁର। ଆଉ ତାଙ୍କ ନବବଧୂ ସାଜିବେ ଆଲିଆ ଭଟ୍ଟ। ହାତକୁ ଦିହା ହେବେ ଏହି ଲଭ୍ ବାର୍ଡ। ଦୀର୍ଘ ଦିନର ଅପେକ୍ଷା ପରେ ଆଲିଆ-ରଣବୀରଙ୍କ ସ୍ବପ୍ନ ସତ ହେବ। ଏନେଇ ବି-ଟାଉନ୍ରେ ଜୋରସୋର୍ରେ ଚର୍ଚ୍ଚା ଚାଲିଛି।

କପୁର ହାଉସ ଓ ଭଟ୍ଟ ହାଉସରେ ମଧ୍ୟ ବିବାହକୁ ନେଇ ହଲ୍ଚଲ୍ ଆରମ୍ଭ ହୋଯାଇଛି। ଜୋରସୋର୍ରେ ଚାଲିଛି ପ୍ରସ୍ତୁତି। ଆଲୋକ ମାଳାରେ ଝଲସୁଛି ଆର୍କେ ଷ୍ଟୁଡିଓ। ଚାରିଆଡେ ଲାଇଟ୍ ମାଳରେ ସାଜଇ ଦିଆଯାଇଛି। କଥିତ ରୂପେ ଆସନ୍ତା ୧୭ ତାରିଖରେ ଆଲିଆ-ରଣବୀରଙ୍କ ପଡିବ ହାତ ଗଣ୍ଠି। ଏହି ବିବାହ ପାଇଁ ଖାସ୍ ବନ୍ଦୋବସ୍ତ କରାଯାଇଛି।

ବି-ଟାଉନ୍ର ଏହି ଗ୍ରାଣ୍ଡ ବିବାହକୁ ଜଗିବେ ୨୦୦ ବାଉନ୍ସର୍। ୟୁସୁଫ ଭାଇଙ୍କୁ ଆଲିଆ ଓ ରଣବୀରଙ୍କ ବିବାହ ସୁରକ୍ଷା ଦାୟିତ୍ୱ ଦିଆଯାଇଛି। ଏହି ଏଜେନ୍ସିରୁ ପ୍ରାୟ ୨୦୦ ବାଉନ୍ସରଙ୍କୁ ଡକାଯାଇଛି ଏନେଇ ଆଲିଆ ଭଟ୍ଟଙ୍କ ଭାଇ ରାହୁଲ ଭଟ୍ଟ ଖୁଲାସା କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଟିମ୍ରୁ ମଧ୍ୟ ୧୦ଜଣ ଯିବେ ବୋଲି ସେ କହିଛନ୍ତି। ଏହି ବାଉନ୍ସରମାନେ ଆର୍କେ ଷ୍ଟୁଡିଓ ଓ ବାସ୍ତୁ ହାଉସ୍ରେ ସୁରକ୍ଷା ଦେବେ।

ସବୁଠୁ ଖାସ୍ କଥା ହେଉଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଏଯାଏଁ ଅଫିସିଆଲ୍ ଘୋଷଣା ହୋଇନାହିଁ। ଦୁହେଁ ନିଜ ବିବାହକୁ ନେଇ ଚୁପ୍ ରହିଛନ୍ତି। ବିକ୍କି କୌଶାଲ ଓ କ୍ୟାଟ୍ରିନା କୈଫଙ୍କ ବିବାହ ବେଳେ ମଧ୍ୟ ଠିକ୍ ଏଭଳି ହୋଇଥିଲା।