ଆର୍ଏସ୍ଏସ୍ ଅଫିସରେ ବୋମାମାଡ଼
ଆର୍ଏସ୍ଏସ୍ ଅଫିସରେ ବୋମାମାଡ଼
ଥିରୁବନ୍ତପୁରମ୍: କେରଳର କୁନ୍ନୁର ଜିଲ୍ଲାରେ ଥିବା ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତଥା ଆରଏସ୍ଏସ୍ ଅଫିସରେ ବୋମାମାଡ ହୋଇଛି। ଯାହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ମୁତାବକ, ପୟ୍ୟାନୁର ଆର୍ଏସ୍ଏସ୍ ଅଫିସ ଉପରକୁ ଆଜି କିଛି ଦୁର୍ବୃତ୍ତ ବୋମାମାଡ କରିଛନ୍ତି। ଫଳରେ ଅଫିସର ଝରକା ଓ କବାଟ ସବୁ ଭାଙ୍ଗି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ପୁଲିସ କହିଛି।
କୁହାଯାଉଛି ଯେ, ଯେଉଁସ୍ଥାନରେ ଆର୍ଏସ୍ଏସ୍ର ଏହି ଅଫିସ ଅଛି ତା’ର ନିକଟରେ ହିଁ ଏକ ପୁଲିସ ଷ୍ଟେସନ ମଧ୍ୟ ଅଛି। ତେବେ କିଏ ସ କେଉଁ ଉଦ୍ଦେଶ୍ୟରେ ଏହି ବୋମାମାଡ କରିଛି ସେ ନେଇ କିଛି ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।




admin 