ଆରପାରିରେ ବିଜୟ ମିଶ୍ର।

ଆରପାରିରେ ବିଜୟ ମିଶ୍ର।

ଆରପାରିରେ ବିଜୟ ମିଶ୍ର।
ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ ଘଟିଛି । 83 ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟକର ସ୍ରଷ୍ଟା ବିଜୟ ମିଶ୍ର ଦୀର୍ଘଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲୋକପ୍ରିୟ ନାଟକ “ତଟ ନିରଞ୍ଜନା” ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ସେହିପରି ସେ ଚଳଚିତ୍ର “ଶ୍ରୀ ଜଗନ୍ନାଥ” ର ଚିତ୍ରନାଟ୍ୟ ମଧ୍ୟ ଲେଖିଛନ୍ତି। ୧୯୬୦ରେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ‘ଜନନୀ’ ନାଟକରୁ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ବିଜୟ ମିଶ୍ରଙ୍କ ଚର୍ଚ୍ଚିତ ନାଟକ ‘ତଟ ନିରଞ୍ଜନୀ’ ବିଭିନ୍ନ ଭାଷାରେ ଅନୁବାଦ ହୋଇଛି । ହିନ୍ଦୀ, ନେପାଳୀ, କାନ୍ନଡା ଓ ଅନ୍ୟ ଭାରତୀୟ ଭାଷାରେ ଅନୁବାଦିତ ହୋଇଛି । ୧୯୩୬ରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ଜନ୍ମ ଗ୍ରହଣ କରିଥିଲେ ବିଜୟ । ତେବେ ନିଜ ବହୁମୂଖୀ ପ୍ରତିଭା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ସମ୍ମାନଜନକ ଜୟଦେବ ପୁରସ୍କାର ପାଇଛନ୍ତି ବିଜୟ । ଏହାସହ ଓଡିଶା ସାହିତ୍ୟ ଏକାଡେମୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ବିଜୟ । ସେପଟେ ବିଜୟଙ୍କ ପରଲୋକ ପରେ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।