ଆପଣ କେବେ ଖାଉଛନ୍ତି କି ପନୀର ମଲାଇ ମଖନୀ : ଆଜି ହିଁ ଘରେ ତିଆରୀ କରି ଖାଆନ୍ତୁ
ଆପଣ କେବେ ଖାଉଛନ୍ତି କି ପନୀର ମଲାଇ ମଖନୀ : ଆଜି ହିଁ ଘରେ ତିଆରୀ କରି ଖାଆନ୍ତୁ
admin
Jan 21, 2021 - 12:24
Updated: Jan 21, 2021 - 12:24
ଯେତେବେଳେ ବି ଘରେ କିଛି ସ୍ପେଶାଲ ହୋଇଥାଏ ଖାଇବାର ମଜା ଆସିଯାଏ। ପନୀର ଏମିତି ଏକ ଜିନିଷ ଯାହାକୁ ପ୍ରାୟ ସମସ୍ତେ ଖାଇବାକୁ ଭଲପାଆନ୍ତି। ତେଣୁ ଯଦି ଆଜି ଡିନରରେ କିଛି ଖାସ୍ ବନାଇବାକୁ ଚାହୁଁଛନ୍ତି ତାହେଲେ ଆଜି ପ୍ରସ୍ତୁତ କରନ୍ତୁ ପନୀର ମଲାଇ ମଖନୀ। ଆସନ୍ତୁ ଜାଣିବା ଏହାକୁ କେମିତି କରିବା ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
୨୫୦ ଗ୍ରାମ ପନୀର
ଗୋଟିଏ ପିଆଜ ଏବଂ ଟମାଟୋ
ଏକ ଚାମଚ ଅଦା-ରସୁଣ ପେଷ୍ଟ, ଲାଲ ଲଙ୍କା ପାଉଡର ଏବଂ ଧନିଆ ପାଉଡର
୨୦୦ ମିଲି ନଡିଆ ରସ
୧/୪ କପ୍ ପାଣି
୧ ଚାମଚ ଧନିଆ ପାଉଡର
ଏକ ଚାମଚ ଲାଲ ଲଙ୍କା ପାଉଡର, ମେଥି, ଜିରା ଏବଂ ଗୋଲମରୀଚ ପାଉଡର
୨ ଚାମଚ୍ ତେଲ
ଭୃଷଙ୍ଗ ପତ୍ର (ଅଳ୍ପ)
ଧନିଆ ପତ୍ର (ଅଳ୍ପ)
ଲୁଣ ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
ପ୍ୟାନରେ ତେଲ ଗରମ କରି ଜିରା, ମେଥି ଏବଂ ଭୃଷଙ୍ଗ ପତ୍ର ପକାଉ ଛୁଙ୍କ ଦିଅନ୍ତୁ। ପିଆଜ ଏବଂ ଅଦା-ରସୁଣ ପେଷ୍ଟ ପକାଇ ଭଲଭାବେ ଭାଜନ୍ତୁ। ସବୁ ପାଉଡର ମସଲାରେ ଟମାଟୋ ଏବଂ ଲୁଣ ମିଶାଇ ତେଲ ଛାଡିବା ପର୍ଯ୍ୟନ୍ତ ଭାଜନ୍ତୁ।
ଟମାଟୋ ନରମ ହେବା ପରେ ଏଥିରେ ପନୀରକୁ ପକାଇ ସାମାନ୍ୟ ଚଲାଇ ଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେପରି ପନୀର ଭାଙ୍ଗିବନାହିଁ। ଏହାପରେ ଏଥିରେ ନଡିଆ ରସ ଏବଂ ଏକ କପ୍ ପାଣି ଦେଇ ଘୋଡାଇ ଫୁଟାନ୍ତୁ। ଫୁଟିଗଲା ପରେ ଏହାକୁ ଧନିଆ ପତ୍ରରେ ସଜାଇ ଖାଇବାକୁ ପରଷନ୍ତୁ।