ସେରମ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତୁ୍ୟ

ସେରମ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତୁ୍ୟ

ସେରମ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତୁ୍ୟ
ପୁଣେ : ପୁଣେସ୍ଥିତ ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡର କାରଣ ଏଯାବତ ସ୍ପଷ୍ଟ ହୋଇନାହିଁ । ଅପରପକ୍ଷରେ ଅଗ୍ନିଶମ ବାହିନୀ ନିଅାଁକୁ ଆୟତ କରିବା ପାଇଁ ଲାଗି ପଡ଼ିଛି । ସେରମ ଅଗ୍ନିକାଣ୍ଡରେ ୫ ଜଣ ମୃତୁ୍ୟବରଣ କରିଥିବା ସୂଚନା ମିଳୁଛି । ଅଗ୍ନିକାଣ୍ଡରେ ଫସିଥିବା ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟଯେ, ଅକ୍ସଫୋଡର଼୍ ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନ ଟିକା କୋଭିସିଲଡ଼ର ପ୍ରସ୍ତୁତି କରୁଛି ସେରମ । ଏବେ ଦେଶରେ ଟିକାକରଣ ଜାରିରହିଛି । ଅପରପକ୍ଷରେ ଏଠାରୁ ବିଭିନ୍ନ ଦେଶକୁ ବି ଟିକା ରପ୍ତାନୀ କରାଯାଉଛି । ଇତିମଧ୍ୟରେ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଡୋଜର ଟିକା ପ୍ରସ୍ତୁତ କରାଯାଇସାରିଛି । କାରଖାନାର ଟର୍ମିନାଲ-୧ରେ ନିଅାଁ ଲାଗିଯାଇଛି । ସମଗ୍ର ପରିବେଶ ଏବେ ଧୂଅାଁମୟ ହୋଇଯାଇଛି । ୧୦ଟି ଅଗ୍ନିଶମ ବାହିନୀ ନିଅାଁକୁ ଆୟତ କରିବାରେ ଲାଗି ପଡ଼ିଛି । ତେବେ ସିରମର ନୂଆ ବିଲଡ଼ିଂରେ ହିଁ ନିଅାଁ ଲାଗିଛି । ପୁଲିସ ମଧ୍ୟ ସେଠାରେ ପହଁଚିସାରିଛି ।