ଆତ୍ମା ସ୍ୱର୍ଗକୁ ଗଲା ନା ନର୍କ, ଏମିତି ହିଁ ଜାଣନ୍ତି ଲୋକେ

ଆତ୍ମା ସ୍ୱର୍ଗକୁ ଗଲା ନା ନର୍କ, ଏମିତି ହିଁ ଜାଣନ୍ତି ଲୋକେ

ଆତ୍ମା ସ୍ୱର୍ଗକୁ ଗଲା ନା ନର୍କ, ଏମିତି ହିଁ ଜାଣନ୍ତି ଲୋକେ
ମୃତୁ୍ୟ ପରେ ଆତ୍ମା କେଉଁଠିକୁ ଯାଏ ? ସମସ୍ତେ ସଦଗତି କାମନା କରନ୍ତି । ସ୍ୱର୍ଗରେ ଭଲରେ ଥାଅ ବୋଲି କୁହନ୍ତି । କିନ୍ତୁ କେଉଁ ଆତ୍ମା ସ୍ୱର୍ଗକୁ ଓ କେଉଁ ଆତ୍ମା ନର୍କକୁ ଗଲା ତାହା କିନ୍ତୁ କେହି ଜାଣିପାରନ୍ତି ନାହିଁ । କିନ୍ତୁ ଋଷର ଏକ ଅଂଚଳରେ ଅଦ୍ଭୂତ ପରମ୍ପରା ରହିଛି । ଶବର ସହର ଭାବେ ପରିଚିତ ଏକ ଅଂଚଳରେ ଲୋକମାନେ ମୃତ ଲୋକଙ୍କୁ ସମାଧି ଦେବା ପରେ ସେଠାରେ ଥିବା ଏକ କୂଅକୁ କଏନ ଫିଙ୍ଗିଥାଆନ୍ତି । ଯଦି କଏନଟି ସିଧା ଯାଇ ପଥରରେ ବାଜେ ତେବେ ଆତ୍ମା ସ୍ୱର୍ଗକୁ ଗଲା ବୋଲି ସେମାନେ ମନେକରିଥା’ନ୍ତି । ସେହିପରି ମଣିଷକୁ ସମାଧି ଦେବା ବେଳେ ଶବକୁ ଏକ ନୌକାରେ ହିଁ ରଖିଦିଆଯାଏ । ସେଠାକାର ଲୋକମାନଙ୍କର କହିବା ଅନୁଯାୟୀ, ସ୍ୱର୍ଗ ପର୍ଯ୍ୟନ୍ତ ଯିବା ପାଇଁ ହେଲେ ବାଟରେ ଅନେକ ନଦୀ ନାଳ ପଡ଼ିଥାଏ । ତେଣୁ ଶବ ସହ ନୌକାକୁ ସମାଧି ଦିଆଯାଏ । ଯାହାଫଳରେ ଆତ୍ମା ସ୍ୱର୍ଗକୁ ଯାଇପାରିବ ବୋଲି ସେମାନଙ୍କର ବିଶ୍ୱାସ ରହିଛି ।