ଆଜି ଶପଥ ନେବେ ମେଘାଳୟ ଓ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ମେଘାଳୟ ଓ ନାଗାଲାଣ୍ଡରେ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ମେଘାଳୟରେ କନରାଡ୍ କେ ସାଙ୍ଗମା ଏବଂ ନାଗାଲାଣ୍ଡରେ ନେଫିୟୁ ରିଓ ସେମାନଙ୍କ ପୁରୁଣା ଭୂମିକା ବଜାୟ ରଖିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ଦୁଇ ରାଜ୍ୟର ରାଜଧାନୀରେ କାର୍ୟ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି ।
ଫେବ୍ରୁଆରି ୨୭ ରେ ହୋଇଥିବା ବିଧାନସଭା ନିର୍ବାଚନରେ ୫୯ଟି ବିଧାନସଭା ଆସନରୁ ୨୬ଟିରେ ବିପୁଳ ବିଜୟ ହାସଲ କରିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନ୍ ପିପି) ମୁଖ୍ୟ ସାଙ୍ଗମା ମଙ୍ଗଳବାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ରିଓର ଏନଡିପିପି ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭାରେ ୨୫ଟି ଆସନ ରେ ବିଜୟୀ ହୋଇଥିବା ବେଳେ ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି ୧୨ଟି ଆସନରେ ବିଜୟୀ ହୋଇଛି।




admin 