ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଜନଜୀବନ ଅସ୍ତବ୍ୟସ୍ତ

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଜନଜୀବନ ଅସ୍ତବ୍ୟସ୍ତ

ପ୍ରବଳ ବର୍ଷା ଯୋଗୁଁ  ମୁମ୍ବାଇରେ ଜନଜୀବନ ଅସ୍ତବ୍ୟସ୍ତ
ମୁମ୍ବାଇ:ମୁମ୍ବାଇରେ ପୁଣିଥରେ ମୂଷଳ ଧାରାରେ ବର୍ଷା ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସହରର ବିଭିନ୍ନ ସ୍ଥାନରେ ପାଣି ଭରି ହୋଇ ରହିଛି । ଏହାସହ ସହରରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ଦୁଇଦିନ ଧରି ମୁମ୍ବାଇରେ ଭୀଷଣ ବର୍ଷା ହେଉଛି । ସହରର ଚାରିଆଡେ ପାଣି ନଜର ଆସୁଛି । ରାସ୍ତା କଡରେ ପାର୍କିଂ ହୋଇଥିବା ଅନେକ ଗାଡି ବୁଡିବାରେ ଲାଗିଛି । ଫଳରେ ଅଫିସରୁ ଆସୁଥିବା ବ୍ୟକ୍ତି ଏବଂ ସ୍କୁଲରୁ ଫେରୁଥିବା ପିଲାଙ୍କ ପାଇଁ ଏହା ବିଷମ ପରିସ୍ଥିତି ସୃଷ୍ଟି କରିଛି । କିଛି ଲୋକ ଗାଡିରେ ନଯାଇ ପାଦରେ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି । ମୁମ୍ବାଇର ଦାଦର ଇଷ୍ଟରେ ସୋମବାର ସକାଳେ ହୋଇଥିବା ବର୍ଷା ପ୍ରଭାବରେ ବନ୍ୟା ଆସିଯାଇଛି । ଆହୁରି ମଧ୍ୟ କିଙ୍ଗସ ଜାର୍ଜ ସର୍କଲ ଜଳମଗ୍ନ ହୋଇ ରହିଛି । ଯାହାକୁ ନେଇ ଅଂଚଳବାସିନ୍ଦା ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।