ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଭୁବନେଶ୍ୱର: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବୈଠକ ସୂଚୀରେ ୧୧ଟି ପ୍ରସଙ୍ଗ ରହିଥିବା ବେଳେ ଏଥର ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ସ୍ଥାନୀତ କରିନି ଶ୍ରୀମନ୍ଦିର ପ୍ରଶାସନ ।
ତେବେ ଏଥିରେ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ନେଇ ହେବ ଆଲୋଚନା । ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ଉପରେ କଟକଣା, ରଥ କାଠ ଅଭାବକୁ ନେଇ ଶ୍ରୀଜଗନ୍ନାଥ ବନପ୍ରକଳ୍ପର ସମୀକ୍ଷା, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗ ଉପରେ ନିଆଯିବ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି । ଶ୍ରୀମନ୍ଦିର ମରାମତିରୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତିକୁ ନେଇ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯିବ । ତା ସହିତ ରଥ ଯାତ୍ରାରେ ରଥ କାଠ ଅଭାବ ପୂରଣ ନେଇ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଯାଜନାର ମଧ୍ୟ ସମୀକ୍ଷା କରାଯିବ । ସେପଟେ ପରିଚାଳନା କମିଟିର ପ୍ରସଙ୍ଗ ଅନୁସାରେ ମହାପ୍ରଭୁଙ୍କ ପହିଲିଭୋଗରୁ ନେଇ ସେବକ ବାସଗୃହ, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନଙ୍କ ପକ୍ଷରୁ ଜଣାଯାଇଛି ।




admin 