ଆଜି ରାଜ୍ୟରୁ ୧୯୮୧ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଟପିଲା

ଆଜି ରାଜ୍ୟରୁ ୧୯୮୧ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଟପିଲା

ଆଜି ରାଜ୍ୟରୁ ୧୯୮୧ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଟପିଲା
ଭୁବନେଶ୍ବର : ରାଜ୍ୟରେ ଆଜି ୧୯୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୨୨୫ଜଣ ଚିହ୍ନଟ ହୋଇଥିବାବେଳେ ୭୫୬ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାର ୬୫୩କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ହଜାର ୮୦୮ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୩୬ହଜାର ୪୭୮ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୩୦୫ଜଣ । ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ୩୦ଟି ଜିଲ୍ଲାରୁ ୧୯୮୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୭୪ ଜଣ ଚିହ୍ନଟ ହୋଇଥିବାସ୍ଥଳେ ଗଞ୍ଜାମରୁ ୨୬୭ଜଣ ଚିହ୍ନଟ ହୋଇଛନ୍ତି । କନ୍ଧମାଳରୁ ୧୭୯, ସୁନ୍ଦରଗଡରୁ ୧୪୫, କଟକରୁ ୧୩୧,କୋରାପୁଟରୁ ୯୭, ପୁରୀରୁ ୭୭,ଭଦ୍ରକରୁ ୬୫, ମାଲ୍‌କାନଗିରିରୁ ୬୪, ଯାଜପୁରରୁ ୬୦, ବାଲେଶ୍ବରରୁ ୫୯, ସୋନପୁରରୁ ୫୭, ନୟାଗଡାରୁ ୫୬, ରାୟଗଡାରୁ ୫୫ ଜଗତସିଂହପୁରରୁ ୪୨, , କଳହାଣ୍ଡିଓ ଢେଙ୍କାନାଳରୁ ୩୯ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜ ୩୭, ସମ୍ବଲପୁରରୁ ୩୮, ମୟୂରରଭଞ୍ଜରୁ ୩୭,କେନ୍ଦ୍ରାପଡାରୁ ୨୯, ବଲାଙ୍ଗିର ଓ ବରଗଡରୁ ୨୭ଜଣ ଲେଖାଏଁ ରହିଥିବାବେଳେ କେଉଁଝରରୁ ୨୩ଜଣ ରହିଛନ୍ତି । ବୌଦ୍ଧରୁ ୨୨ ଜଣ, ନବରଙ୍ଗପୁରରୁ ୧୮, ନୂଆପଡା ଓ ଦେବଗଡରୁ ୧୬ ଜଣ ଲେଖାଏଁ, ଗଜପତି ଓ ଝାରସୁଗୁଡାରୁ ୮ ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ ୬ଜଣ ଚିହ୍ନଟ ହୋଇଛନ୍ତି ।