ଆଜି ବିଧାନସଭାରେ ଆସିବ ଦୁଇଟି ବିଲ୍
ଆଜି ବିଧାନସଭାରେ ଆସିବ ଦୁଇଟି ବିଲ୍
ଭୁବନେଶ୍ଵର : ଆଜି ବିଧାନସଭାରେ ଦୁଇଟି ବିଲ୍ ଆଗତ ହେବାରେ ଅଛି। ଓଡ଼ିଶା ମୁନିସିପାଲ୍ ଆଇନ ସଂଶୋଧନ ବିଲ୍ ୨୦୨୧ ଏବଂ ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ ୨୦୨୧କୁ ବିଧାନସଭାରେ ଉପସ୍ଥାପିତ କରାଯିବ।
ଏତଦ୍ ବ୍ୟତୀତ ଆଜି ବିଧାନସଭାରେ ଆଲୋଚନା ହୋଇପାରେ ମରୁଡ଼ି ପ୍ରସଙ୍ଗ। ସରକାରୀ ଦଳ ମୁଖ୍ୟ ସଚେତକ ଏନେଇ ଗୃହରେ ମୋସନ ଆଣିବେ। ପୂର୍ବରୁ ଗୃହରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ନେଇ ଗୃହରେ ମୁଲତବି ଆଲୋଚନା ହୋଇଥିଲା। ଏହା ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ପୁଣି ଥରେ ଗୃହରେ ଏହା ଉପରେ ଆଲୋଚନା କରାଯାଉ ବୋଲି ବିରୋଧୀ ଦାବି କରିଥିଲେ। ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇଥିଲା।
ସେହିପରି ଆଜି ବିଧାନସଭା ପ୍ରଶ୍ନକାଳରେ ସ୍ଵରାଷ୍ଟ୍ର, ଅର୍ଥ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ନିର୍ମାଣ, ଅବକାରୀ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଆଦି ବିଭାଗ ଉପରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ରହିଛି । ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବେ ।




admin 