ଆଜି ନିଳକନ୍ଦରକୁ ବାହୁଡିବେ ମହାପ୍ରଭୁ
ଆଜି ନିଳକନ୍ଦରକୁ ବାହୁଡିବେ ମହାପ୍ରଭୁ
ପୁରୀ: ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ । ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଏହି ଅବସରରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି ।
ଗତକାଲି ଶେଷ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି । ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ଲାଗି ହୋଇଛି ସୁସ୍ୱାଦୁ ଓ ସୁବାସିତ ପଣା । ୩ ରଥରେ ୩ଟି ଲେଖାଏଁ ମୋଟ ୯ଟି ତୁମ୍ବ ଭଳି ମାଟି ହାଣ୍ଡିରେ ଏହି ପଣା ଲାଗି ହୋଇଛି । ଏହି ତୁମ୍ବର ଉଚ୍ଚତା ମହାପ୍ରଭୁଙ୍କ ଅଧର ଉଚ୍ଚର ହୋଇଥିବାରୁ ଏହାକୁ ଅଧର ପଣା କୁହାଯାଏ । ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ , କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ୱାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକ ମାନେ ପଣା ପାଇଁ ପାଣି ଯୋଗାଇ ଦେଇଥିଲେ। ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ତିନିରଥରେ ପଣା ପ୍ରସ୍ତୁତ କରିଥିଲେ। ମଧ୍ୟାହ୍ନ ଧୂପ ସମାପନ ପରେ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରିଥିଲେ। ଭୋଗ ପରେ ରଥ ଉପରେ ପଣାହାଣ୍ଡି ଭଙ୍ଗାଯାଇଥିଲା।
ଆଜି ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲାଗି ହେବାର ବିଧି ରହିଛି ।




admin 