ଆଜି ଜାତୀୟ ଦୁଗ୍ଧ ଦିବସ

ଆଜି ଜାତୀୟ ଦୁଗ୍ଧ ଦିବସ

ଆଜି ଜାତୀୟ ଦୁଗ୍ଧ ଦିବସ


ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ କୁରିନଙ୍କ ସମ୍ମାନରେ ପ୍ରତି ବର୍ଷ ଭାରତରେ ପାଳିତ ହୁଏ ଜାତୀୟ ଦୁଗ୍ଧ ଦିବସ । ଅପରେସନ ଫ୍ଲଡ଼ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ, ଯାହା ଦେଶର ସର୍ବବୃହତ ନିଜସ୍ୱ ସ୍ଥାୟୀ ଉଦ୍ୟୋଗର ସ୍ଥିତି ଅଭିମୁଖେ ଭାରତର ଦୁଗ୍ଧ ଉଦ୍ୟୋଗକୁ ବଳ ଦେଇଥିଲା । ଭାରତୀୟ ଦୁଗ୍ଧ ସଂଗଠନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅଧୀନରେ ୨୦୧୪ମସିହାରୁ ପ୍ରତି ବର୍ଷ ଦେଶରେ ଏହି ଦିବସ ପାଳିତ ହେଉଛି ।

ଭାରତର ଅର୍ଥନୈତିକ ସର୍ଭେ ୨୦୨୧-୨୦୨୨ଅନୁସାରେ, ଦୁଗ୍ଧ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି । ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ଯୋଗଦାନ ମଧ୍ୟ ଭାରତର ରହିଛି । ସେତିକି ନୁହେଁ, ଦୁଗ୍ଧ ହେଉଛି ଏକକ ସର୍ବବୃହତ କୃଷିଜାତ ଦ୍ରବ୍ୟ, ଯାହାର ଜାତୀୟ ଅର୍ଥନୀତିକୁ ୫ ପ୍ରତିଶତ ଯୋଗଦାନ ରହିଛି । ସିଧାସଳଖ ୮ ପ୍ରତିଶତ ଯୋଗଦାନ ରହିଛି । ସିଧାସଳଖ ୮କୋଟିରୁ ଉଦ୍ଧ୍ୱର୍ କୃଷକଙ୍କୁ ଏହା ନିଯୁକ୍ତି ଦେଉଛି । ଭାରତରେ ଦୁଗ୍ଧ ଉତ୍ପାଦନ ବର୍ଷକୁ ୬.୨ ପ୍ରତିଶତ ହାରରେ ବଢ଼ିଛି । ଦୁଗ୍ଧ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିଥିବା ଡ଼. ଭର୍ଗିଜ କୁରିନଙ୍କ ପ୍ରୟାସ ଯୋଗୁଁ ଏ ସମସ୍ତ ଉପଲବ୍ଧି ସମ୍ଭବ ହୋଇଛି ।