ଆଜିଠୁ ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ

ଆଜିଠୁ ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ

ଆଜିଠୁ ରାଜ୍ୟରେ ପ୍ଲାଷ୍ଟିକ ନିଷିଦ୍ଧ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସବୁ ସହରରେ ପ୍ଲାଷ୍ଟିକ ନିଷିଦ୍ଧ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣଭାବେ ବ୍ୟାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଗତକାଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଗାଇଡ ଲାଇନ ଜାରି କରିଥିଲା । ସରକାରଙ୍କ ନିୟମ ଅନୁସାରେ, ଆସନ୍ତାକାଲିଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଳ ଆଦି ବ୍ୟବହାର ଉପରେ ବ୍ୟାନ ଲାଗିବ । ସେହିଭଳି ୨୦୦ ମିମିରରୁ କମ ପରିମାଣର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିଛି ।ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବେ ତେବେ ସେମାନଙ୍କୁ ଜରିମାନା ଲଗାଯିବ । କେବଳ ୫୦ ମାଇକ୍ରୋନରୁ ଅଧିକ ମୋଟେଇର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯିବ । ତେବେ କ୍ଷୀର ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟବହୃତ ସିରିଞ୍ଜ, ମେଡିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣା ଲାଗୁ ହେବନାହିଁ। ଯଦି କୌଣସୀ କମ୍ପାନୀ ପଲିଥିନ ପ୍ରସ୍ତୁତ କରିବାକୁ ଚାହିଁବେ ସେମାନେ କେବଳ ୫୦ ମାଇକ୍ରୋନରୁ ଅଧିକ ମୋଟେଇର ବ୍ୟାଗ ତିଆରି କରିପାରିବେ । ଏହି ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ଗତକାଲି ନିର୍ଦେଶ ଦେଇଥିଲେ ।