ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ

ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ

ବିଧାନସଭା ପରିସରରେ ଗାନ୍ଧୀ ଜୟନ୍ତୀ
ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ବିଧାନସଭା ପରିସରରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେସି ଲାଲଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ବିଧାନସଭା ପରିସରରେ ପ୍ରାର୍ଥନା ସଭାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପବାଚସ୍ପତିଙ୍କ ସମେତ ମନ୍ତ୍ରୀମଣ୍ଡଳର ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଏମାନଙ୍କ ସହ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ସହ ବାପୁଙ୍କ ସ୍ମୃତିଚାରଣ କରାଯିବା ସହ ରଘୁପତି ରାଘବ ରାଜାରାମ ସଂଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳ ଗଣେଶୀଲାଲ ମଧ୍ୟ ଅହିଂସା ଓ କରୁଣା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟମ ଭୁବନେଶ୍ୱର ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟର୍ସ ପକ୍ଷରୁ କାର୍ୟ୍ୟକ୍ରମ ଜାତୀୟ ସଂହତି ଶିବିରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଛନ୍ତି । ଗାନ୍ଧିଜୀ ଦେଶକୁ ଏକ ସୂତ୍ରରେ ବାନ୍ଧିବାକୁ ପ୍ରୟାସ କରିଥିଲେ । ଅହିଂସାକୁ ସମସ୍ତେ ପାଳନ କରିବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଯେ ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବା ଉଚିତ । ଏହି ପ୍ରସ୍ତାବକୁ ସହଯୋଗ ଓ ସମର୍ଥନ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ