ଆଜିଠୁ ବନ୍ଦ ସମସ୍ତ କୋଚିଂ ସେଂଟର ଓ ବାତିଲ ହେଲା ଡ୍ୟାନ୍ସ ବାର ଲାଇସେନ୍ସ ।

ଆଜିଠୁ ବନ୍ଦ ସମସ୍ତ କୋଚିଂ ସେଂଟର ଓ ବାତିଲ ହେଲା ଡ୍ୟାନ୍ସ ବାର ଲାଇସେନ୍ସ ।

ଆଜିଠୁ ବନ୍ଦ ସମସ୍ତ କୋଚିଂ ସେଂଟର ଓ ବାତିଲ ହେଲା ଡ୍ୟାନ୍ସ ବାର ଲାଇସେନ୍ସ ।
ଭୁବନେଶ୍ୱର: ଆଜିଠାରୁ ଦ୍ୱୈତନଗରୀ କଟକ-ଭୁବନେଶ୍ୱର ସମସ୍ତ କୋଚିଂ ସେଣ୍ଟର ବନ୍ଦ ରହିବ । ଏଭଳି ଘୋଷଣା କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ଏ ନେଇ ଡିସିପି ଏବଂ ଏସିପିଙ୍କ ସମେତ ସମସ୍ତ ଥାନା ଇନ୍ସିପେକ୍ଟରଙ୍କୁ ଅବଗତ କରାଯାଇଛି । ଆଜିଠାରୁ ସେମାନେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରି କୋଚିଂ ସେଣ୍ଟର ଗୁଡ଼ିକ ବନ୍ଦ ଅଛି ବୋଲି ନିଶ୍ଚିତ କରାଇବେ । ବିଭିନ୍ନ ଥାନା ଅଞ୍ଚଳରେ ଥିବା କୋଚିଂ ସେଣ୍ଟରଗୁଡ଼ିକୁ ଥାନା ଜରିଆରେ ଅବଗତ କରାଯାଇଛି । ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।