ଆଜିଠୁ ବଦଳିବ ପାଗ
ଆଜିଠୁ ବଦଳିବ ପାଗ
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷିଛି । ସୋମବାର ସକାଳ ଯାଏ ଭୀଷଣ ବର୍ଷା ଜାରି ରହିବ । ଏଥିପାଇଁ ୧୨ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାରଠାରୁ ରାଜ୍ୟରେ ବର୍ଷା କମିବ ।
କେବଳ ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । କିନ୍ତୁ ରାଜ୍ୟ ଉପରେ ଲଘୁଚାପର ପ୍ରଭାବ କମିବା ଯୋଗୁ ଆଉ ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମ୍ଡି) ଏହି ପୂର୍ବାନୁମାନ କରିଛି । ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୧୫ରେ ଛତିଶଗଡ଼କୁ ଲାଗିଥିବା କିଛି ଜିଲ୍ଲାରେ ବର୍ଷା ହେବ ।
ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ନୂଆପଡ଼ାରେ ଅଧିକ ବର୍ଷା ହୋଇପାରେ । ଛତିଶଗଡ଼ରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ରହୁଛି । ଏହା ମହାନଦୀ ସମେତ ଏହାର ଶାଖା ନଦୀରେ ଜଳସ୍ତର ବଢ଼ାଇବ । ଅବପାତ ପ୍ରଭାବରେ ରବିବାର ରାଜ୍ୟରେ ପ୍ରବଳ ବର୍ଷିଛି ।




admin 