ଆଜିଠାରୁ ଖୋଲିବ ପ୍ଲାନେଟାରିୟମ୍

ଆଜିଠାରୁ ଖୋଲିବ ପ୍ଲାନେଟାରିୟମ୍

ଆଜିଠାରୁ ଖୋଲିବ ପ୍ଲାନେଟାରିୟମ୍

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସମେତ ସମ୍ବଲପୁର ବୁର୍ଲାରେ ଥିବା ପ୍ଲାନେଟାରିୟମ୍ ଖୋଲିବ। ଭୁବନେଶ୍ବରର ପଠାଣି ସାମନ୍ତ ପ୍ଲାନେଟାରିୟମ, ବୁର୍ଲା ଡ.ଏପି.ଜେ ଅବଦୁଲ କଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲିବ । କୋଭିଡ଼ ସୁରକ୍ଷାର ନିୟମ ପାଳନ କରାଯାଇ ସୋମବାର ବ୍ୟତୀତ ଅନ୍ୟ ସବୁ ଦିନ ସର୍ବସାଧାରଣଙ୍କ ଲାଗି ଖୋଲାଯିବ ।  

ଭୁବନେଶ୍ୱର ଓ ବୁର୍ଲା ପ୍ଲାନେଟାରିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସୋ’ ଦେଖିବାକୁ ଅନୁମତି ମିଳିବ । ପ୍ଲାନେଟାରିୟମ୍ ବୁଲିବାକୁ ଆସୁଥିବା ଦର୍ଶକ କୋଭିଡ଼ ନିୟମ ମାନିବା ସହିତ ମାସ୍କ ବାଧ୍ୟତା ମୂଳକ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି ।