ଆଜିଠାରୁ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜିକରଣ
ଆଜିଠାରୁ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜିକରଣ
ଭୁବନେଶ୍ବର : ଓଡ଼ିଶାରେ ଥିବା ମେଡିକାଲ୍ କଲେଜରେ ଏମବିବିଏସ୍/ବିଡିଏସ୍ ନାମଲେଖା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଛି। ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତାହା ମୁତାବକ, ଓଡ଼ିଶାର ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି, ସେମାନେ ଏଥିଲାଗି ପଞ୍ଜିକରଣ କରିପାରିବେ। ଅନ୍ୟ ରାଜ୍ୟର ଆଗ୍ରହୀ ଛାତ୍ରଛାତ୍ରୀ ଏନଆରଆଇ କୋଟାରେ ନାମ ଲେଖାଇବାକୁ ଆବେଦନ କରିପାରିବେ।
ଏହି ପ୍ରକ୍ରିୟା ପାଇଁ ସେପ୍ଟେମ୍ବର ୩୦ ୪ଟାରୁ ଅକେଟାବର ୧୦ ତାରିଖ ପୂର୍ବାହ୍ନ ୧୧ଟା ୫୯ ମିନିଟ ଭିତରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପଞ୍ଜିକରଣ କରିପାରିବେଳ, ନିଜର ଆବଶ୍ୟକ ନଥିପତ୍ର ଅପଲୋଡ୍ କରିପାରିବେ ଏବଂ ଫି ଦାଖଲ କରିବେ। ସମସ୍ତ ନଥିପତ୍ରର ଯାଞ୍ଚ ପରେ ଅକେଟାବର ୧୮ ତାରିଖ ୫ଟା ବେଳେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ହେବ।




admin 