ଆଉ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଆଉ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ
admin
Jul 23, 2020 - 05:55
Updated: Jul 23, 2020 - 05:55
ଭୁବନେଶ୍ୱର : ରାଜ୍ୟରେ ଆଉ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୪୭ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୪୧୭ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ରେ ପହଁଚିଛି । ତନ୍ମଧ୍ୟରୁ ୧୩୭୪୯ ଜଣ ସୁସ୍ଥ ହୋଇଥିବାବେଳେ ୭୨୦୫ ଜଣ ଚିକିତ୍ସିତ ହେଉଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୭, ବାଲେଶ୍ୱରରେ ୯, ବରଗଡ଼ରେ ୨୪, ଭଦ୍ରକରେ ୩୦, ବଲାଙ୍ଗୀରରେ ୧, ବୌଦ୍ଧରେ ୨, କଟକରେ ୪୭, ଢେଙ୍କାନାଳରେ ୬, ଗଜପତିରେ ୭୪, ଗଞ୍ଜାମରେ ୫୪୦, ଜଗତସିଂହପୁରରେ ୪, ଯାଜପୁରରେ ୧୭, ଝାରସୁଗୁଡ଼ାରେ ୩, କଳାହାଣ୍ଡିରେ ୭, କନ୍ଧମାଳରେ ୨୯, କେନ୍ଦ୍ରାପଡ଼ାରେ ୮, କେନ୍ଦୁଝରରେ ୨୫, ଖୋର୍ଦ୍ଧାରେ ୧୩୭, କୋରାପୁଟରେ ୨୭, ମୟୂରଭଞ୍ଜରେ ୧୫, ନବରଙ୍ଗପୁରରେ ୪, ନୟାଗଡ଼ରେ ୬୧, ନୂଆପଡ଼ାରେ ୧, ପୁରୀରେ ୨୨, ରାୟଗଡ଼ାରେ ୮୪, ସମ୍ବଲପୁରରେ ୨୦ ଓ ସୁନ୍ଦରଗଡ଼ରେ ୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।