ଆଉ ଏକ ଲଘୁଚାପ, ୨୮ରୁ ବର୍ଷା ଆଶଙ୍କା!

ଆଉ ଏକ ଲଘୁଚାପ, ୨୮ରୁ ବର୍ଷା ଆଶଙ୍କା!

ଆଉ ଏକ ଲଘୁଚାପ, ୨୮ରୁ ବର୍ଷା ଆଶଙ୍କା!

ଭୁବନେଶ୍ବର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ।। ୨୮ରୁ ୩ଦିନ ଧରି ବର୍ଷା ହେବ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ଦେଢ଼କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ୟ୍ୟନ୍ତ ବ୍ୟାପିଛି । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାରର ସମ୍ଭାବନା ରହିଛି।

ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡିବ ନାହିଁ । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ।  କିନ୍ତୁ ତାମିଲନାଡୁ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୨୮ ତାରିଖରୁ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ହାଲ୍କାରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।