ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍ସି
ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କଲା ବିଏମ୍ସି
admin
Sep 5, 2020 - 06:14
Updated: Sep 5, 2020 - 06:14
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଏବେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି । ଦୈନିକ ୫୦୦ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜଧାନୀର କରୋନା ସ୍ଥିତିକୁ ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି ଜାରି କରିଛି ବିଏମ୍ସି । ଭୁବନେଶ୍ୱର ମହାନଗର ନିଗମରେ ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ହୋଇଛି ନୂଆ ଏସ୍ଓପି । ହୋମ୍ ଓ ପେଡ୍ ଆଇସୋଲେସନ୍ରେ ଥିବା ବ୍ୟକ୍ତିଙ୍କ ଉପରେ ଏଣିକି ବିଏମ୍ସି ପକ୍ଷରୁ ରଖାଯିବ କଡ଼ା ନଜର । ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ ବିଏମ୍ସି ପକ୍ଷରୁ ବ୍ୟବସ୍ଥା ହୋଇଛି ।
ହୋମ୍ ଆଇସୋଲେସନ୍ରେ ଥିବା ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା ଯୋଗାଯିବ । ଏହାସହ ପ୍ରତ୍ୟେକ ଜୋନ୍ରେ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ୍ ରଖିବା ନେଇ ଏସ୍ଓପିରେ ଉଲ୍ଲେଖ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଗଲା ସେ ନେଇ ମଧ୍ୟ ସବିଶେଷ ତଥ୍ୟ ରଖାଯିବା ବ୍ୟବସ୍ଥା ହୋଇଛି ।
ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ଟେଲିଫୋନ୍ ସେବା ଉପଲବ୍ଧ ରହିବ। ସେହି ଫୋନ୍ ନମ୍ବର ଦୁଇଟି ହେଲା, ୧୮୦୦୩୪୫ ୦୦୬୧ ଏବଂ ୦୬୭୪ – ୨୪୧୩୧୨୫୩ । ତିନୋଟି ସିଫ୍ଟରେ ଡାକ୍ତରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିବାର ସୂଚନା ରହିଛି ।