ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଜାଣି ରଖନ୍ତୁ ଏହି ଜରୁରୀ କଥା....
ଅଷ୍ଟ୍ରେଲିଆ ଯିବା ପୂର୍ବରୁ ଜାଣି ରଖନ୍ତୁ ଏହି ଜରୁରୀ କଥା....
admin
Mar 4, 2021 - 12:11
Updated: Mar 4, 2021 - 12:11
ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ ଭିଡ ରୀତମତ ଅଷ୍ଟ୍ରେଲିଆରେ ଦେଖାଯାଏ । ୨୦୨୦ରୁ ବର୍ତମାନ ପର୍ଯ୍ୟନ୍ତ କୋଭିଡ କାରଣରୁ ସେଠାରେ ଆଗନ୍ତୁଙ୍କ ଭିଡ ହେଉନାହିଁ । ଭ୍ୟାକ୍ସିନର ସବୁରି ପ୍ରାନ୍ତରେ କାର୍ଯ୍ୟକାରୀ ହେବା ପରେ ପୁନର୍ବାର ଅଷ୍ଟ୍ରେଲିଆ ପର୍ଯ୍ୟଟନ ବିଭାଗ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ତେବେ ଅଷ୍ଟ୍ରେଲିଆ ଯାଇଥିବା ପର୍ଯ୍ୟଟକମାନଙ୍କୁ ଭ୍ରମଣକାରୀ ସଂସ୍ଥା ପୂର୍ବରୁ ସଚେତନ କରାଇଦିଅନ୍ତି । ସ୍ଥାନୀୟ ଅଂଚଳର କଡାକଡି ନିୟମକାନୁନ ସହ ସେଠାରେ ବିଷଧର ସାପଙ୍କ ଉପଦ୍ରବ ପ୍ରଥମେ ପର୍ଯ୍ୟଟକଙ୍କୁ ଜଣାଯାଏ, ଅଷ୍ଟ୍ରେଲିଆର ପ୍ରତ୍ୟେକ ସ୍ଥାନରେ ଏହି ବିଷଧର ସାପମାନେ ଦେଖାଯାନ୍ତି । ସେଠିକାର କେତୋଟି ସମୁଦ୍ରକୂଳରେ ବାଲି ସାପ ଦେଖାଯାଉଥିବାରୁ ଲୋକଙ୍କୁ ଯିବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ବାରଣ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, କେତୋଟି ନାମୀ ହୋଟେଲରେ ମଧ୍ୟ ସାପଙ୍କ ଉପôାତ କାରଣରୁ ପର୍ଯ୍ୟଟକ ହଟହଟା ହୋଇଛନ୍ତି ।୨୦୧୧ରେ ସିଡନୀସ୍ଥିତ ଏକ ୪ ତାରକା ହୋଟେଲରେ ଇଟାଲୀରୁ ଆସିଥିବା ଜଣେ ଦମ୍ପତି ରହିଥିଲେ । ଶୌଚାଳୟରେ ୩ଟି ବିଷଧର ସାପଙ୍କୁ ଦେଖି ପ୍ରାଣ ବିକଳରେ ଦମ୍ପତି ହୋଟେଲ ଛାଡି ପଳାଇଥିଲେ । ପର୍ଯ୍ୟଟକଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଅଷ୍ଟ୍ରେଲିଆ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି, ପ୍ରଥମେ ଭ୍ରମଣକାରୀ ସଂସ୍ଥା ପର୍ଯ୍ୟଟକଙ୍କୁ ସେଠିକା ସାପଙ୍କ ଉପଦ୍ରବ ଜଣାଏ । ସେଠି ପହଁଚିବା ପରେ ଗାଇଡ ସତର୍କ କରାଇବା ସହ ସାପପ୍ରବଣ ଅଂଚଳକୁ ନଯିବା ପାଇଁ ବାରମ୍ବାର ସତର୍କ କରାଏ । ଅଷ୍ଟ୍ରେଲିଆ ପ୍ରଶାସନର ତଥ୍ୟ ଅନୁସାରେ ପର୍ଯ୍ୟଟକମାନେ ସମସ୍ତ ନିୟମ ମାନିବା ପରେ ମଧ୍ୟ ଗତ ୧୧ ବର୍ଷ ମଧ୍ୟରେ ସାପ କାମୁଡାରେ ୧୦୦୦ରୁ ଅଧିକ ପ୍ରାଣ ହରାଇଛନ୍ତି । ଚଳିତଥର ଅଷ୍ଟ୍ରେଲିଆ ପର୍ଯ୍ୟଟନ ବିଭାଗ ନିଜ ସଜବାଜ ଆରମ୍ଭ ପୂର୍ବରୁ ଏଇ ବିଷଧର ସାପଙ୍କ କବଳରୁ ସେମାନଙ୍କ ବ୍ୟବସାୟ ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ସେମାନେ ବେଶ ଯତ୍ନବାନ