ଅଳଙ୍କାର ସଫା ଆଳରେ ଠକେଇ

ଅଳଙ୍କାର ସଫା ଆଳରେ ଠକେଇ

ଅଳଙ୍କାର ସଫା ଆଳରେ ଠକେଇ
ବାଲିପାଟଣା: ଏହି ଥାନା ଅନ୍ତର୍ଗତ ତୁରିନ୍ତିରା ଗ୍ରାମରେ ସୁନା ଅଳଙ୍କାର ସଫା ଆଳରେ ୫୦ ଗ୍ରାମରୁ ଊଦ୍ଧ୍ୱର୍ ସୁନା ଠକେଇ ହୋଇଛି । ଆର୍ତ୍ତତ୍ରାଣ ମୁଦୁଲି ଓ ବଳରାମ ଦାସଙ୍କ ପରିବାରର ମହିଳା ଏହି ଠକେଇର ଶିକାର ହୋଇଛନ୍ତି । ଶନିବାର ଦୁଇଜଣ ଲୋକ ବାଇକ ଯୋଗେ ଗ୍ରାମରେ ପହଞ୍ଚି ସୁନା, ରୂପା, ପିତ୍ତଳ ବାସନ ସଫା କରିବାକୁ କହି ବିଶ୍ୱାସ ଜନ୍ମାଇ ସେମାନଙ୍କ ସୁନା ଗହଣା ଦେଖିଥିଲେ । ପ୍ରେସରରେ ପାଣି ଗରମ କରି ଆଣିବାକୁ ପଠାଇ ତା ମଧ୍ୟରେ ହଳଦି ପକାଇ ଗହଣା ରଖି ବନ୍ଦ କରିଦେଲେ । ଅଧଘଣ୍ଟା ପରେ ଖୋଲିବାକୁ କହି ଚାଲିଗଲେ । ଅଧଘଣ୍ଟା ପରେ ଖୋଲିବା ବେଳକୁ ତା ଭିତରେ ଗହଣ ନଥିବା ଜାଣିବାକୁ ପାଇ ଥାନାରେ ଅଭିଯୋଗ କରିଥିଲେ ।