ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଦୁଇ ସନ୍ତାନ ଜନ୍ମ କରିଥିବାରୁ କମ୍ ରାସନ ମିଳୁଥିବା କହିଲେ

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଦୁଇ ସନ୍ତାନ ଜନ୍ମ କରିଥିବାରୁ କମ୍ ରାସନ ମିଳୁଥିବା କହିଲେ

ପୁଣି ବିବାଦରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, ଦୁଇ ସନ୍ତାନ ଜନ୍ମ କରିଥିବାରୁ କମ୍ ରାସନ ମିଳୁଥିବା କହିଲେ
ନୂଆଦିଲ୍ଲୀ: ଫଟା ଜିନ୍ସକୁ ନେଇ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି ଲକଡାଉନ ସମୟରେ ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଚାଉଳ ନେଇ କିଛି ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଦୁଇ ସଦସ୍ୟ ଥିବା ପରିବାରକୁ ୧୦ କିଲୋ ଏବଂ ୨୦ ସଦସ୍ୟ ଥିବା ପରିବାରକୁ ୧ କୁଇଣ୍ଟାଲ ଚାଉଳ ଦିଆଯାଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଥିଲେ । ଦୁଇ ସନ୍ତାନ ଜନ୍ମ କରିଥିବାରୁ କମ୍ ରାସନ ମିଳିଲା ଏବଂ ଏଥିରେ ଅସନ୍ତୋଷ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ସେହିଭଳି ଭାରତକୁ ୨ ଶହ ବର୍ଷ ଧରି ଆମେରିକା ଗୁଲାମ କରି ରଖିଥିଲା ବୋଲି ମଧ୍ୟ ମନ୍ତବ୍ୟ ଦେଇ ତୀରଥ ଚର୍ଚ୍ଚାରେ ଅଛନ୍ତି । ସେ ବି୍ରଟେନ ବଦଳରେ ଆମେରିକା ବୋଲି ଭୁଲରେ କହିଥିବା ଚର୍ଚ୍ଚା ହେଉଛି ।