ଅପରାଜିତାଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ
ଅପରାଜିତାଙ୍କ କାର୍ଯ୍ୟକ୍ରମରେ ତୁମୁଳକାଣ୍ଡ
ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରେ ସାଂସଦଙ୍କ କାର୍ଯ୍ୟକ୍ରମରେ ହେଲା ତୁମୁଲକାଣ୍ଡ। ଯାହାକୁ ନେଇ ରାଜଧାନୀ ରାଜନୀତି ସରଗରମ । ସାଂସଦ ଘଟଣା ପାଇଁ ବିଜେଡିକୁ ଦାୟୀ କରୁଥିବାବେଳେ ବିଜେଡି କହିଛି ଆମେ କିଛି କରିନୁ । ବିଜେପି ସାଂସଦଙ୍କ ସହଯୋଗୀ ମହିଳାଙ୍କୁ ଆକ୍ରମଣ କରିଥବା ବିଜେଡି ଅଭଯୋଗ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ ସାଂସଦ । ଆଚାର୍ଯ୍ୟ ବିହାର ବିକାଶ ପରିଷଦ ପକ୍ଷରୁ ଅପରାଜିତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସମୟରେ ସେଠାରେ ପହଂଚିଥିଲେ ପାଖ ସାଇନ୍ସ ପାର୍କ ବସ୍ତିର କିଛି ଲୋକେ । ବିଭିନ୍ନ କାମ କାହିଁକି ହୋଇନି କହି ସାଂସଦଙ୍କୁ ଘେରିଥିଲେ। ଏହାକୁ ନେଇ ପ୍ରଥମେ ଉଚ୍ଚ ବାଚ, ଯୁକ୍ତି ତର୍କ ଓ ଗାଲିମନ୍ଦ ଆରମ୍ଭ ହେଲା । ମୁହାଁମୁହିଁ ହେଲେ ସାଂସଦ ସମର୍ଥକ ଓ ସାଂସଦଙ୍କ ବିରୋଧୀ ଗୋଷ୍ଠୀ। ଢେଲା, ଅଣ୍ଡା ଓ ଟୋମାଟୋ ମାଡ ଚାଲିଲା। ପୁଲିସ ବି ବାଦ ପଡିଲାନି ମାଡ଼ରୁ। ଏହା ଭିତରେ ସଂସାଦ ଜଣକ ଘର ଭିତରେ ପ୍ରାୟ ଦି ଘଣ୍ଟା ବନ୍ଦୀ ରହିଲେ। ପୁଲିସ ଡିସିପି ଆସି ତାଙ୍କୁ ବାହାରକୁ ଆଣିଲେ। ଏହା ପରେ ୨ ପକ୍ଷ ସହିଦନଗର ଥାନା ବି ଘେରିଲେ। ଗୋଟିଏ ପକ୍ଷ ହିଂସାକାଣ୍ଡ ପାଇଁ ବିଜେଡିକୁ ଦାୟୀ କରୁଥିବାବେଳେ ଆଉ ଏକ ପକ୍ଷ ସଂସାଦଙ୍କ ସହଯୋଗୀଙ୍କ ବିରୋଧରେ ଅଭଯୋଗ କରିଛି।
ଆଗକୁ ବିଏମସି ନିର୍ବାଚନ ଅଛି। ଏବେଠାରୁ ବିଜେପି-ବିଜେଡି ଟକରା ଟକରି ବଢ଼ିଛି । ଟେକା ପଥର ମାଡରେ ୪ ଜଣ ପୋଲିସ ଅଧିକାରୀଙ୍କ ସମେତ ମୋଟ 10 ଜଣ ଆହତ ହୋଇଛନ୍ତି ।
ତେବେ ଏହି ବାବଦରେ ଆଜି ଅପରାଜିତା ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୁରକ୍ଷା ମାଗିବା ସହ ଆଜିଠାରୁ ପ୍ରତ୍ୟେକ ୱାର୍ଡ ଓ ସାରା ରାଜ୍ୟରେ ସେ ବୁଲିବେ ଓ ତାଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି କହିଛନ୍ତି ଅପରାଜିତା । ବିଶୃଙ୍ଖଳା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧରେ ଓଡିଶା ଦ୍ୱିତୀୟରେ ରହିଛି । ବିଜେଡି ଏହାକୁ ପ୍ରଥମ କରିବା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ଅପରାଜିତା ।
ତାଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ୨୪ ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭୁବନେଶ୍ୱର ସାଂସଦ । ଏହା ସହିତ ସେ କହିଛନ୍ତି ଏହି ପ୍ରସଙ୍ଗକୁ ସେ ସଂସଦରେ ମଧ୍ୟ ଉପସ୍ଥାପନ କରିବେ ।




admin 