ଅନୁଭବ-ବର୍ଷା ବିବାଦ; ସାଂସଦଙ୍କ ବାନ୍ଧବୀ ଜାଗୃତିଙ୍କ ଏଣ୍ଟ୍ରି
ଅନୁଭବ-ବର୍ଷା ବିବାଦ; ସାଂସଦଙ୍କ ବାନ୍ଧବୀ ଜାଗୃତିଙ୍କ ଏଣ୍ଟ୍ରି
କଟକ: ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ କଥା ସମସ୍ତେ ଜାଣନ୍ତି। ଏବେ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହା ମଧ୍ୟରେ ଏହି ମାମଲାରେ ଏଣ୍ଟ୍ରି ହୋଇଛି ସାଂସଦ ଅନୁଭବଙ୍କ ସାମବାଦିକା ବାନ୍ଧବୀ ଜାଗୃତି। ଜାଗୃତିଙ୍କ ନାଁରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅନୁଭବଙ୍କ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ଜାଗୃତୀ ତାଙ୍କର ସମ୍ମାନହାନି କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା। ସାମାଜିକ ଗଣମାଧ୍ୟମରେ ତାଙ୍କ ନାଁ ନ ନେଇ ଜାଗୃତୀ ଟାର୍ଗେଟ କରୁଥିବା କହିଛନ୍ତି ବର୍ଷା। ସ୍ପାଉସ୍ କାର୍ଡ ପ୍ରତ୍ୟାହାର ମାମଲାରେ ଗତ ସୋମବାର ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସ୍ପାଉସ୍ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଦେଇଥିଲେ କୋର୍ଟ। ଏଥିସହ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ।
ଓଡିଶା ହାଇକୋର୍ଟଙ୍କ ଏହି ରାୟ ଦେବାର ପର ଦିନ ଅନୁଭବଙ୍କ ବାନ୍ଧବୀ ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ଜାଗୃତି ଶୁକ୍ଳା ଫେସ୍ବୁକ୍ରେ ଏକ ପୋଷ୍ଟ କରିଥିଲେ। ଯାହାକୁ ନେଇ ଫଲୋଅର୍ସଙ୍କ ଭିତରେ ଆରମ୍ଭ ହୋଇଥିଲା ଚର୍ଚ୍ଚା। କେତେକ ବ୍ୟକ୍ତି ଜାଗୃତୀଙ୍କୁ ସମାଲୋଚନା କରିବା ସହିତ ଗାଳି ଦେଇଥିବା ଦେଖିବାକୁ ମିଳିଥିଲା।
ଜାଗୃତୀ ଏହି ପୋଷ୍ଟରେ ଲେଖିଥିଲେ, ଜଣେ ସାଂସଦଙ୍କ ସ୍ତ୍ରୀ ମ୍ୟାରେଜ୍ ସାର୍ଟିଫିକେଟ୍, ମ୍ୟାଟ୍ରିକ୍ ସାର୍ଟିଫିକେଟ, ପାସ୍ପୋର୍ଟ, ପାନ୍କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ, ଆଇଟିଆର୍(ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ)ରେ ଭିନ୍ନ ଭିନ୍ନ ନାଁ ଦର୍ଶାଇଛନ୍ତି। ଏପରିକି ତାଙ୍କ ବାପାମାଆଙ୍କ ସାଙ୍ଗିଆ ମଧ୍ୟ ଦୁଇ ପ୍ରକାର ଦେଖାଇଛନ୍ତି। ଏହାକୁ କଣ ଫ୍ରଡ୍ ବୋଲି ଧରାଯିବନି ? ଏହାର କଣ ତଦନ୍ତ ହେବା କଥା ନୁହେଁ? ନା ସାଂସଦଙ୍କ ସ୍ତ୍ରୀ ବୋଲି ତାଙ୍କ ବିରୋଧରେ କିଛି କାର୍ୟ୍ୟାନୁଷ୍ଠାନ ନିଆଯିବ ନି? ସେ କଣ ସ୍ପାଉସ୍ ବେନିଫିଟ୍ ପାଇବାକୁ ଯୋଗ୍ୟ?




admin 