ବିଜେପିରେ ରେସଲର୍ ଦ ଗ୍ରେଟ୍ ଖଲି
ବିଜେପିରେ ରେସଲର୍ ଦ ଗ୍ରେଟ୍ ଖଲି
ନୂଆଦିଲ୍ଲୀ : ବିଜେପିରେ ସାମିଲ ହୋଇଛନ୍ତି ରେସଲର ଦ ଗ୍ରେଟ୍ ଖଲି। ଖଲି ଦିଲ୍ଲୀ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ଚିନ୍ତାଧାରା ପ୍ରତି ସେ ପ୍ରଭାବିତ। ମୋଦିଙ୍କ ରୂପରେ ଦେଶକୁ ଉଚିତ୍ ପ୍ରଧାନମନ୍ତ୍ରୀ ମିଳିଛି। ଏଭଳି ଏକ ଦେଶ ନାହିଁ ଯେଉଁଠାରେ ସେ ରେସଲିଂ କରି ନାହାଁନ୍ତି। ଅର୍ଥ ଉପାର୍ଜନ କରିବାର ଥିଲେ ସେ ଆମେରିକାରେ ରହିଥାନ୍ତି। ହେଲେ ସେ ଭାରତ ଆସିଲେ, କାରଣ ଦେଶବାସୀଙ୍କ ପ୍ରତି ତାଙ୍କର ଭଲପାଇବା ଅଛି। ତେଣୁ ଭାରତରେ ରହି ଦେଶବାସୀଙ୍କ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଛନ୍ତି।
ପ୍ରକାଶ ଥାଉକି, ୫ଟି ରାଜ୍ୟରେ ଏବେ ବିଧାନସଭା ନିର୍ବାଚନ ଚାଲିଥିବା ସମୟରେ ଦ ଗ୍ରେଟ୍ ଖଲିଙ୍କ ଏଣ୍ଟ୍ରି ବିଜେପି ପାଇଁ ଲାଭଦାୟକ ହେବ। ଖଲି ହିମାଚଳ ପ୍ରଦେଶରେ ରୁହନ୍ତି। ତାଙ୍କର ପ୍ରକୃତ ନାମ ଦଲୀପ ସିଂହ ରାଣା। ଗତବର୍ଷ ଖଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରିଥିଲେ। ସେବେଠାରୁ ଖଲି ସପାରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡିଛି। ଦ ଗ୍ରେଟ୍ ଖଲି ବିଜେପିରେ ଯୋଗ ଦେଇଛନ୍ତି।




admin 