ଅଟୋକୁ ଧକ୍କା ଦେଲା ଟ୍ରକ୍, ୬ ମହିଳା ଶ୍ରମିକ ମୃତ

ଅଟୋକୁ ଧକ୍କା ଦେଲା ଟ୍ରକ୍, ୬ ମହିଳା ଶ୍ରମିକ ମୃତ

ଅଟୋକୁ ଧକ୍କା ଦେଲା ଟ୍ରକ୍, ୬ ମହିଳା ଶ୍ରମିକ ମୃତ

ହାଇଦ୍ରାବାଦା:  ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଆଜି ସକାଳେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ୬ ମହିଳା ଶ୍ରମିକଙ୍କ ମୃତୁ୍ର ଘଟିଛି।  ଏକ ଯାତ୍ରୀବାହୀ ଅଟୋକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହୁରି ବହୁ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ୟଗ୍ଦ ଭଚ୍ଚ

ସୂଚନାଯୋଗ୍ୟ, ଆଜି ସକାଳେ ହାଇଦ୍ରାବାଦ-ବାଙ୍ଗାଲୋର ହାଇୱେରେ ଏକ ଯାତ୍ରୀବାହୀ ଅଟୋ  ମହିଳା ଶ୍ରମିକଙ୍କୁ ନେଇ  ଯାଉଥିଲା। ଅଟୋଟି ଅନନ୍ତପୁରର ପମିଡି ମଣ୍ଡଳ ଅଞ୍ଚଳରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ଟି ଅଟୋକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୬ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସମସ୍ତେ ଅନନ୍ତପୁରର କୋପଲ୍ଲାକୋଁଡା ଗାଁର ବୋଲି ଜଣାଯାଇଛି। ସବୁ ଗୁରୁତରଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।