ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ : ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତିଙ୍କୁ ଦିଆଯାଇଛି ଆଜୀବନ ଜେଲ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ : ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତିଙ୍କୁ ଦିଆଯାଇଛି ଆଜୀବନ ଜେଲ

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ : ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତିଙ୍କୁ ଦିଆଯାଇଛି ଆଜୀବନ ଜେଲ
ଭୁବନେଶ୍ୱର:୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିଲେ ମୋଟ ୩ ଜଣ । ସେମାନେ ହେଲେ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି । ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ୧୯୯୯ ଜାନୁଆରୀ ୨୬ରେ ଗିରଫ କରାଯାଇଥିଲା । ପରେ ହାଇକୋର୍ଟଙ୍କ ନିଦେ୍ର୍ଧଶରେ ତଦନ୍ତ ସିବିଆଇକୁ ଦିଆଯାଇଥିଲା । ୧୯୯୯ ମସିହା ମଇ ୫ ତାରିଖରେ ସିବିଆଇ ମାମଲାର ଚାର୍ଜଜିଟ ଦାଖଲ କରିଥିଲା । ପରେ ୨୦୦୨ ଏପ୍ରିଲ ୨୯ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ଜଜ ରାୟ ଶୁଣାଇଥିଲେ । ଦୁଇ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ହୋଇଥିଲା । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ ଗିରଫ କରାଯାଇଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଗଣଦୁଷ୍କର୍ମ ଘଟିଥିଲା । ଅଭିଯୁକ୍ତମାନେ ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ । ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ । ଗଣଦୁଷ୍କର୍ମ ପରେ ଫେରାର ବିବନ ପୁଣେରେ ରହୁଥିଲା । ପୁଣେ ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା । ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଇପ ମିସ୍ତ୍ରୀଭାବେ କାମ କରୁଥିଲା । ପରିଚୟପତ୍ର, ଆଧାରକାର୍ଡ ଓ ପାସବୁକ ଜଳନ୍ଧର ନାମରେ କରିଥିଲା । ୩ ମାସ ତଳେ ସାଇଲେଣ୍ଟ ଭାଇପର ଅଭିଯାନ କରୁଥିଲୁ । ଯାହା ସିବିଆଇ କରିପାରିନଥିଲା ଆମେ ତାହା କରି ସଫଳ ହେଲୁ । ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ । ବିବନକୁ ଗିରଫ କରିବା ଓଡ଼ିଶା ପୁଲିସ ପାଇଁ ବଡ଼ ସଫଳତା ବୋଲି ସିପି କହିଛନ୍ତି ।