ଅକ୍ସିଜେନ ଉପରୁ ସୀମା ଶୁଳ୍କ ଛାଡ

ଅକ୍ସିଜେନ ଉପରୁ ସୀମା ଶୁଳ୍କ ଛାଡ

ଅକ୍ସିଜେନ ଉପରୁ ସୀମା ଶୁଳ୍କ ଛାଡ
ନୂଆଦିଲ୍ଲୀ: ଅକ୍ସିଜେନ ଅଭାବ ଓ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି । ଅକ୍ସିଜେନ ଓ ତତ୍ସଂବନ୍ଧୀୟ ଯନ୍ତ୍ରାଂଶରୁ ସୀମା ଶୁଳ୍କ ଛାଡ ନିଷ୍ପତି ହୋଇଛି । ଶୁଳ୍ପ ଛାଡ ଦ୍ୱାରା ଟିକା ଓ ଅକ୍ସିଜେନ ଯୋଗାଣ ସହଜ, ସୁଲଭ ହେବ । ଅକ୍ସିଜେନ ସଂପର୍କିତ ଯନ୍ତ୍ରାଂଶ ଆମଦାନୀ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆମଦାନୀ ହେବାକୁ ଥିବା ଏସବୁ ଦ୍ରବ୍ୟରୁ ୩ ମାସ ପାଇଁ ସୀମା ଶୁଳ୍କ ଛାଡ ହେବ । ଅକ୍ସିଜେନ କ୍ୟାନ୍ , ଫିଲିଂ ସିଷ୍ଟମ , ଅକ୍ସିଜେନ୍ ସିଲିଣ୍ଡର, କଂଟେନର, କ୍ରୟୋଜେନିକ ସିଲିଣ୍ଡର ଓ ଷ୍ଟୋରେଜ ଟ୍ୟାଙ୍କରୁ ସୀମା ଶୁଳ୍କ ଛାଡ ।