ଅକ୍ଟୋବରରେ ଆସିପାରେ ୨ଟି ଆମେରିକୀୟ ଟିକା

ଅକ୍ଟୋବରରେ ଆସିପାରେ ୨ଟି ଆମେରିକୀୟ ଟିକା

ଅକ୍ଟୋବରରେ ଆସିପାରେ ୨ଟି ଆମେରିକୀୟ ଟିକା
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବ । ଏହା ପୂର୍ବରୁ ଯେକୌଣସି ମତେ ଦେଶବାସୀଙ୍କୁ କୋଭିଡ ଟିକା ଉପହାର ଦେବେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୃଢେ଼ାକ୍ତି ପ୍ରକାଶ କରି ଆସୁଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅକ୍ଟୋବର ଶେଷ ସପ୍ତାହରେ ଆମେରିକା ୨ଟି ଟିକାର ଲୋକାପର୍ଣ କରିବ ବୋଲି ଆଶା ଉଜ୍ଜୀବିତ ହୋଇଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବା କୁହାଯାଇଛି । ତେବେ ଟିକା ସମ୍ପର୍କରେ ଯେଉଁ ବର୍ଣ୍ଣନା ଦିଆଯାଇଛି ତାହା ଆନ୍ତର୍ଜାତିକ ଭେଷଜ କମ୍ପାନୀ ବଡର୍ଣ୍ଣା ଓ ଫାଇଜର ଦ୍ୱାରା ପୃଥକ ଭାବେ ବିକଶିତ କୋଭିଡ ଟିକା ବୋଲି ଅନୁମାନ କରାଯାଇଛି । ଏପରିକି ନଭେମ୍ବର ୧ ପୂର୍ବରୁ ଦେଶବାସୀଙ୍କ ମଧ୍ୟରୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଗଣଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ଦେଶର ବିଭିନ୍ନ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର (ସିଡିସି) ଗୁଡ଼ିକୁ ନିଦେ୍ର୍ଧଶ କରିଥିବା ଜଣାଯାଇଛି । ବିଶ୍ୱରେ ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ସ୍ତରରେ ପହଞ୍ଚିଥିବା କୌଣସି ଗୋଟିଏ ଟିକା ନଭେମ୍ବର ପୂର୍ବରୁ ସାର୍ବଜନୀନ ବ୍ୟବହାର ପାଇଁ ପ୍ରସ୍ତୁତ ହେବା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଆଦେଶକୁ ମାନି ସିଡିସି ଗୁଡ଼ିକ ଗଣଟିକାକରଣ ପ୍ରସ୍ତୁତି ଆରମ୍ଭ ପାଇଁ ବାଧ୍ୟ ହୋଇଥିବା ବେଳେ ନୈଦାନିକ ପରୀକ୍ଷଣ ପୂର୍ବରୁ କୌଣସି ଟିକାର ଏପରି ସାର୍ବଜନୀନ ବ୍ୟବହାର ପାଇଁ ଜରୁରୀକାଳୀନ ନିଦେ୍ର୍ଧଶନାମା ଜାରି କରିବା ବିପଜ୍ଜନକ ସାବ୍ୟସ୍ତ ହେବ ବୋଳି ଅନେକ ବୈଜ୍ଞାନିକ ସତର୍କ କରାଇ ଦେଇଛନ୍ତି ।