‘ଓମିକ୍ରନ୍‌’କୁ ସତର୍କ ରହିବାକୁ ମୋଦୀଙ୍କ ଅନୁରୋଧ

‘ଓମିକ୍ରନ୍‌’କୁ ସତର୍କ ରହିବାକୁ ମୋଦୀଙ୍କ ଅନୁରୋଧ

‘ଓମିକ୍ରନ୍‌’କୁ ସତର୍କ ରହିବାକୁ ମୋଦୀଙ୍କ ଅନୁରୋଧ

ନୂଆଦିଲ୍ଲୀ: କରୋନାର ‘ଓମିକ୍ରନ’ ପ୍ରଜାତି ବିଶ୍ୱବ୍ୟାପୀ ଭୟ ବଢ଼ାଇଛି । ଓମିକ୍ରନ ପାଇଁ କରୋନା କଟକଣା ପୁନର୍ବାର ଫେରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂଆ କରୋନା ପ୍ରଜାତି ପାଇଁ ସତର୍କ ରହିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ସଂସଦର ଶୀତ ଅଧିବେଶନ ପୂର୍ବରୁ ମୋଦୀ ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ କହିଛନ୍ତି, ମହାମାରୀର ଅତି କଠିନ ସମୟରେ ଆମେ ୧୦୦ କୋଟିରୁ ଅଧିକ ଡୋଜ ଟିକା ଦେଇସାରିଛୁ । ଆମେ ଏବେ ୧୫୦ କୋଟି ଡୋଜ ଆଡ଼କୁ ଅଗ୍ରସର ହେଉଛୁ । ନୂଆ କରୋନା ପ୍ରଜାତି ପାଇଁ ଆମକୁ ଅଧିକ ସତର୍କ ହେବାକୁ ପଡ଼ିବ  । ମୋଦୀ କହିଛନ୍ତି, ଦେଶବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର ଦିନ ଏହି ନୂଆ କରୋନା ପ୍ରଜାତିକୁ ଏକ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି । ତେଣୁ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଏହି ନୂଆ ପ୍ରଜାତି ପାଇଁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଆସନ୍ତା ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ)କୁ ବୃଦ୍ଧି କରୁଛନ୍ତି ବୋଲି ଘୋଷଣା କରିଛନ୍ତି । ମୋଦୀ କହିଛନ୍ତି, ଦେଶରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଦେବାପାଇଁ ଆମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ପରିଚାଳନା କରୁଛୁ । ତେଣୁ ସେମାନେ କୌଣସି ଅସୁବିଧାର ସାମ୍ନା କରିବେନି । ଏହି ଯୋଜନାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ମୋଦୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ମୋଦୀ ଗତ ଶନିବାର କରୋନା ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ଅଧିକାରୀମାନେ ମୋଦୀଙ୍କୁ ‘ଓମିକ୍ରନ୍’ ପ୍ରଜାତି ସଂକ୍ରାନ୍ତରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ।