୯୦୦ ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ପ୍ରଦାନ କରିବ ସ୍ପାଇସ୍ ଜେଟ୍

୯୦୦ ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ପ୍ରଦାନ କରିବ ସ୍ପାଇସ୍ ଜେଟ୍

୯୦୦ ଟଙ୍କାରେ ବିମାନ ଯାତ୍ରାର ସୁଯୋଗ ପ୍ରଦାନ କରିବ ସ୍ପାଇସ୍ ଜେଟ୍
ନୂଆଦିଲ୍ଲୀ : ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍ ଜେଟ୍ ଗ୍ରାହକଙ୍କ ନିମନ୍ତେ ଏକମ ଚମକ୍ରାର ଅଫର ଆଣିଛି । ଏଣିକି ମାତ୍ର ୮୯୯ ଟଙ୍କାରେ ଆପଣ ଘରୋଇ ବିମାନ ଯାତ୍ରା କରିପାରିବେ । ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଏହି ଅଫର ଜାରି ରହିବା ସହିତ ଏହି ସମୟରେ ଟିକେଟ କରି ଅକ୍ଟୋବର ୧୫ ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ଉଠାଇ ପାରିବେ । ଏହା ସହିତ ଏହି ବିମାନ ଯାତ୍ରା ସମୟରେ ଏକ ଭାଉଚର ପ୍ରଦାନ କରାଯିବ ଯାହାର ମୂଲ୍ୟ ସର୍ବାଧିକ ୨୦୦୦ ପର୍ଯ୍ୟନ୍ତ ରହିବ । ଏହି ଭାଉଚର ନିଜର ଆସନ୍ତା ଯାତ୍ରା ସମୟରେ ବ୍ୟବହାର କରି ହେବ । ହାଇଦ୍ରାବାଦ-ବେଲଗାମ, ଆଜମେର- ଅହମଦାବାଦ ସମେତ ଦେଶର ସମସ୍ତ ଘରୋଇ ବିମାନ ଯାତ୍ରା ପାଇଁ ଏହି ଅଫର ଉପଲବ୍ଧ ହେବ । ଏହା ସହିତ ମିଳିଥିବା ଭାଉଚର ଗୁଡିକ ଅନ୍ତର୍ଜାତୀୟ ଯାତ୍ରା ନିମନ୍ତେ ବ୍ୟବହାର କରିହେବ ବୋଲି କମ୍ପାନୀର ମୁଖ୍ୟ ଅର୍ଥନୈତିକ ଅଫିସର ଶୀତଲ ଭାଟିଆ ପ୍ରକାଶ କରିଛନ୍ତି ।