୮ ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ

୮ ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ

୮ ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ
ଭୁବନେଶ୍ୱର: ରାଜ୍ୟରେ ଥିବା ଯୁକ୍ତ ୩ କଲେଜ (ଡିଗି୍ର କଲେଜ, ସେଲ୍ଫ ଫାଇନାନ୍ସିଂ କଲେଜ, ସଂସ୍କୃତ କଲେଜ)ରେ ନାମ ଲେଖା ପାଇଁ ଆସନ୍ତା ୮ ତାରିଖ ପୂର୍ବାହ୍ନ ୧୧ରୁ ଆବେଦନ ପ୍ରକି୍ରୟା ଆରମ୍ଭ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ (ସିଏଏଫ) ଉପଲବ୍ଧ ହେବ ଏବଂ ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଆବେଦନ କରିପାରିବେ । ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଏଥର କେବଳ ଅନଲାଇନରେ ନାମଲେଖା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଛାତ୍ରଛାତ୍ରୀ ସାମସ ଆକାଉଣ୍ଟରେ ଅନଲାଇନରେ ନାମଲେଖା ଫି ଦାଖଲ କରିପାରିବେ ୨୯ ତାରିଖରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ଅନଲାଇନରେ ପ୍ରଦର୍ଶିତ ହେବ । ୩ ତାରିଖ ସନ୍ଧ୍ୟା ୫ଟାରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଲେ, ସେ ସମ୍ପର୍କିତ ତଥ୍ୟ ୱେବସାଇଟରେ ଉଲ୍ଲେଖ କରାଯିବ । ଅକ୍ଟୋବର ୮ ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ ଏବଂ ଅକ୍ଟୋବର ୮ ରୁ ୧୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି ଦାଖଲ କରିପାରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ଅକ୍ଟୋବର ୧୩ ତାରିଖ ଅପରାହ୍ନ ୫ଟାରେ ପ୍ରକାଶ ପାଇବ । ସ୍ପଟ ନାମଲେଖା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଗୁଡ଼ିକୁ ସ୍ୱତନ୍ତ୍ର ଗାଇଡ ଲାଇନ ପଠାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।