୫୫୦ ଗ୍ରାମର ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ
୫୫୦ ଗ୍ରାମର ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ
ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ ହୋଇଛି । ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି । ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ସହିଦନଗର ଥାନା କେସୁରା ଅଞ୍ଚଳରେ ଏକ ଘର ଭିତରୁ ଏହାକୁ ଜବତ କରାଯାଇଛି ।
ବ୍ରାଉନସୁଗର, ଟଙ୍କା ସହ ଜଣେ ମହିଳା ଓ ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଏହାଛଡ଼ା ଗୋଟିଏ କାର ଓ ଦୁଇଟି ବାଇକ ମଧ୍ୟ ପୁଲିସ ଜବତ କରିଛି । ଏନେଇ ଟୁଇନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ବ୍ରାଉନସୁଗର ସହ ଏତେ ପରିମାଣର ଟଙ୍କା ମିଳିବା ସବୁଠୁ ବଡ଼ କଥା । ଏହା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଥିବା ସନେ୍ଦହ କରାଯାଉଛି । ଜବତ ବ୍ରାଉନସୁଗର ଓ ଦୁଇ ଅଭିଯୁକ୍ତଙ୍କ ଜଳେଶ୍ୱର ଲିଙ୍କ ରହିଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।




admin 