୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ୫ଟି ରାଜ୍ୟର ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିଛନ୍ତି।
ମୋଟ ୭ଟି ପର୍ୟ୍ୟାୟରେ ରାଜ୍ୟରେ ନିର୍ବାଚନ ହେବ । ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଉତ୍ତରପ୍ରଦେଶରେ ହେବ । ୟୁପିରେ ଫେବ୍ରୁଆରୀ ୧୦ରେ ପ୍ରଥମ, ୧୪ରେ ଦ୍ୱିତୀୟ ପର୍ଯ୍ୟାୟ , ୨୦ରେ ତୃତୀୟ ପର୍ଯ୍ୟାୟ , ଫେବ୍ରୁଆରୀ ୨୩ରେ ଚତୁର୍ଥ, ୨୭ରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୟୁପିରେ ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ମତଦାନ । ମାର୍ଚ୍ଚ ୭ରେ ମତଦାନ ଶେଷ ପର୍ଯ୍ୟାୟ ଭୋଟ ହେବ ୟୁପିରେ । ପଂଜାବ, ଗୋଆ, ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ଫେବ୍ରୁଆରୀ ୧୪ରେ ନିର୍ବାଚନ ଭୋଟ ପଡ଼ିବ ।ମଣିପୁରରେ ଦୁଇଟି ପର୍ଯ୍ୟାୟରେ ଫେବ୍ରୁଆରୀ ୨୭ ଓ ମାର୍ଚ୍ଚ ୩ରେ ମତଦାନ ଭୋଟ ହେବ । ମାର୍ଚ୍ଚ ୧୦ରେ ସବୁ ରାଜ୍ୟରେ ଭୋଟ ଗଣତି ହେବ । ମୁଖ୍ୟ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରା ନିର୍ବାଚନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୫ଟି ରାଜ୍ୟର ବିଧାନସଭା ପାଇଁ  ୬୮୦ଟି ଆସନରେ ମତ ଦାନ ହେବ। ଏଥର ଅନଲାଇନରେ ନାମାଙ୍କନ ଦାଖଲ କରିହେବ । ବେଆଇନ ଟଙ୍କା, ମଦ ଉପରେ ରହିବ କଡ଼ା ନଜର । ସବୁ ରାଜନୈତିକ ଦଳ ପାଇଁ ସୁବିଧା ଆପ୍ ପ୍ରସ୍ତୁତ କରାଯାଇଛି।  ଏଥିରେ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥି।  ଉଙ୍ଖସଶସକ୍ଷ ଆପ୍‌ରେ ଅଭିଯୋଗ ଦାଏର କରିହେବ। ସେହିପରି ଅପରାଧିକ ପୃଷ୍ଟଭୂମି ଥିବା ପ୍ରାର୍ଥୀମାନଙ୍କୁ ଟିକେଟ କାହିଁକି  ପ୍ରଦାନ କରାଯିବ ତାର  କାରଣ ଦର୍ଶାଇବାକୁ ପଡ଼ିବ।

 କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ନିର୍ବାଚନୀ ପ୍ରଚାର ଉପରେ କଟକଣା ଲାଗୁ କରାଯାଇଛି। ଜାନୁଆରୀ ୧୫ ଯାଏଁ ପ୍ରାର୍ଥୀ କୌଣସି ରାଲି କିମ୍ବା ରୋଡ ଶୋ କରିପାରିବେନି । ପ୍ରଚାର ବେଳେ ଶୋଭାଯାତ୍ରା ଓ ପଦଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି । ସେହିପରି ରାତି ୮ଟାରୁ ସକାଳ ୮ଟା ଯାଏଁ ନିର୍ବାଚନ ପ୍ରଚାର କରିପାରିବେନି ପ୍ରାର୍ଥୀ । ତେବୋ କରୋନା ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । ଭର୍ଚୁଆଲ ଓ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦିଆଯାଇଛି । ଜାନୁଆରୀ ୧୫ ପରେ ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ।