୪୫ କିମି ଦୂରରୁ ଉଠାଇ ହେବ ଫଟୋ

୪୫ କିମି ଦୂରରୁ ଉଠାଇ ହେବ ଫଟୋ

୪୫ କିମି ଦୂରରୁ ଉଠାଇ ହେବ ଫଟୋ
ଚୀନ: ଚୀନର ଗବେଷକମାନେ ନିକଟରେ ଅଲଟ୍ରା-ଲଙ୍ଗ ରେଞ୍ଜ ଏଆଇ କ୍ୟାମେରା ନିର୍ମାଣ କରିଛନ୍ତି । ଏହି କ୍ୟାମେରା ଦ୍ୱାରା ଜଣେ ବ୍ୟକ୍ତି ୪୫ କିଲୋମିଟର ଦୂରରେ ଥିବା ବସ୍ତୁର ଫଟୋ ଉଠେଇ ପାରିବ । ଗବେଷକ ଝେଜ ପିଙ୍ଗ ଲିଙ୍କ ଦ୍ୱାରା ପ୍ରକାଶିତ ଏକ ପତ୍ରିକା ଅନୁସାରେ ଏହି କ୍ୟାମେରା ଆଡଭାନ୍ସ ଆର୍ଟିଫିସିଆଲ ଇଂଟେଲିଜେନ୍ସ ସଫ୍ଟୱେର, ଲେଜର ଇମେଜ, ଗେଟିଂ ସଫ୍ଟୱେର, ସୁପର ଲେଜର ଏବଂ ଲାଇଟ ଡିକ୍ସେସନ ଆଣ୍ଡ ରେଞ୍ଜ ବ୍ୟବହାର ହୋଇଛି । ଆଡଭାନ୍ସ ଆର୍ଟିଫିସିଆଲ ଇଂଟେଲିଜେନ୍ସ ସଫ୍ଟୱେର ଓ ଲେଜର ଇମେଜ ସାହାଯ୍ୟରେ କ୍ୟାମେରା ବାୟୁମଣ୍ଡଳରେ ଥିବା ଧୂଳିକଣା ଓ କୁହୁଡିକୁ ଭେଦି ବସ୍ତୁର ଫଟୋ ଉଠାଇଥାଏ । ସେହିପରି ଅନ୍ୟ ବସ୍ତୁରୁ ଉତ୍ପନ ହେଉଥିବା ଗେଟିଂ ସଫ୍ଟୱେର ହଟାଇବାରେ ସାହାର୍ଯ୍ୟ କରିବ । କ୍ୟାମେରାରେ ବ୍ୟବହାର ହୋଇଥିବା ସୁପର ଲେଜର ବସ୍ତୁର ଦୂରତା ଓ ସମୟ ସୂଚାଇବ । ଏହି କ୍ୟାମେରା ଦେଖିବା ପାଇଁ ଜୋତା ପରି । ଏହା ବଜାରରେ କେବେ ପ୍ରବେଶ କରିବ କିମ୍ବା କେଉଁମାନେ ଏହି କ୍ୟାମେରାର ବ୍ୟବହାର କରିପାରିବେ, ଏ ବିଷୟରେ ଚୀନ ଗବେଷକ ପ୍ରକାଶ କରି ନାହାନ୍ତି ।